
କଟକ, ୧୩ ଅକ୍ଟୋବର ୨୦୨୬: କଟକ ମହାନଗର ନିଗମ (CMC) ଅଧୀନରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଜନସାଧାରଣଙ୍କ ଟିକସ ଅର୍ଥର ବିନିଯୋଗ, କାର୍ଯ୍ୟର ଗୁଣବତ୍ତା ଏବଂ ସରକାରୀ ଅର୍ଥର ସ୍ୱଚ୍ଛ ବ୍ୟବହାରକୁ ନେଇ ଦାବି ଉଠାଇଛନ୍ତି ପୂର୍ବତନ କର୍ପୋରେଟରମାନେ। ବରିଷ୍ଠ ପୂର୍ବତନ କର୍ପୋରେଟର ଶ୍ରୀ ନିରୋଧ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ୨୪ ଜଣ ପୂର୍ବତନ କର୍ପୋରେଟର ରାଜସ୍ୱ କମିଶନର (RDC), କଟକଙ୍କ ନିକଟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ସ୍ମାରକପତ୍ରରେ କଟକ ମହାନଗର ନିଗମ ଅଧୀନରେ ସମ୍ପାଦିତ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଯାଞ୍ଚ (Ground-Level Verification) କରିବା ସହ ସରକାରୀ ଅର୍ଥର ବିନିଯୋଗ ସମ୍ପର୍କିତ ଦସ୍ତାବିଜ ଯାଞ୍ଚ କରିବାକୁ ଦାବି କରାଯାଇଛି।
ପୂର୍ବତନ କର୍ପୋରେଟରମାନେ ଦାବି କରିଛନ୍ତି ଯେ, ବିଭିନ୍ନ ପ୍ରକଳ୍ପର Work Order, Estimate, Measurement Book (MB), Bill/Voucher ଏବଂ Completion Certificate ଆଦି ଯାଞ୍ଚ କରାଯାଉ। କାଗଜପତ୍ରରେ ଦର୍ଶାଯାଇଥିବା କାର୍ଯ୍ୟ ଏବଂ ବାସ୍ତବରେ ସମ୍ପାଦିତ କାର୍ଯ୍ୟ ମଧ୍ୟରେ ସାମଞ୍ଜସ୍ୟ ରହିଛି କି ନାହିଁ, ତାହାର ମଧ୍ୟ ତଦନ୍ତ କରାଯାଉ।
ଏଥିସହ ବିଭିନ୍ନ ପ୍ରକଳ୍ପରେ ହୋଇଥିବା ଅର୍ଥ ବିନିଯୋଗ, କାର୍ଯ୍ୟର ଗୁଣବତ୍ତା ଏବଂ ନିର୍ଦ୍ଧାରିତ ନିୟମାବଳୀର ଅନୁପାଳନ ସମ୍ପର୍କରେ ନିରପେକ୍ଷ ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି। ଯଦି ତଦନ୍ତରେ କୌଣସି ଆର୍ଥିକ ଅନିୟମିତତା କିମ୍ବା ସରକାରୀ ଅର୍ଥର ଅପବ୍ୟବହାର ପ୍ରମାଣିତ ହୁଏ, ତେବେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ମଧ୍ୟ ଦାବି ହୋଇଛି।
ପୂର୍ବତନ କର୍ପୋରେଟରମାନଙ୍କ ମତରେ, ଜନସାଧାରଣଙ୍କ ଟିକସ ଅର୍ଥ ହେଉଛି ଲୋକଙ୍କ ଅର୍ଥ। ତେଣୁ ଏହାର ବିନିଯୋଗରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ଜନସ୍ୱାର୍ଥକୁ ସର୍ବାଧିକ ଗୁରୁତ୍ୱ ଦେବା ଆବଶ୍ୟକ। ଏହି ସ୍ମାରକପତ୍ର ମାଧ୍ୟମରେ ମହାନଗରର ଉନ୍ନୟନମୂଳକ କାର୍ଯ୍ୟରେ ସ୍ୱଚ୍ଛତା ନିଶ୍ଚିତ କରିବା ସହ ସରକାରୀ ଅର୍ଥର ସଠିକ୍ ବିନିଯୋଗ ପାଇଁ ପ୍ରଶାସନର ହସ୍ତକ୍ଷେପ ଦାବି କରାଯାଇଛି।
ସ୍ମାରକପତ୍ର ପ୍ରଦାନକାରୀ ୨୪ ଜଣ ପୂର୍ବତନ କର୍ପୋରେଟରଙ୍କ ନାମ
ବରିଷ୍ଠ ପୂର୍ବତନ କର୍ପୋରେଟର ଶ୍ରୀ ନିରୋଧ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ସ୍ମାରକପତ୍ର ପ୍ରଦାନ କରିଥିବା ୨୪ ଜଣ ପୂର୍ବତନ କର୍ପୋରେଟରଙ୍କ ନାମ:
୧. ହେମନ୍ତ ବେହେରା
୨. ପ୍ରଦୀପ ସ୍ୱାଇଁ
୩. ପ୍ରମୋଦ ମହାପାତ୍ର
୪. ଲକ୍ଷ୍ମୀଧର ପ୍ରଧାନ
୫. ଚିରଞ୍ଜୟ ସାହୁ
୬. ସଞ୍ଜୟ ବରାଳ
୭. ଅରୁଣ ସେଠୀ
୮. ପବିତ୍ର ଭୂୟାଁ
୯. ଦୟାନିଧି ନାୟକ
୧୦. ରାଜକୁମାରୀ ସ୍ୱାଇଁ
୧୧. କୈଳାସ ବସ୍ତିଆ
୧୨. ମନୋଜ ସେଠୀ
୧୩. କାଞ୍ଚନ ଦାସ
୧୪. ଚନ୍ଦନ ଦାସ
୧୫. ସମିଉଲ୍ଲା ଖାନ
୧୬. ହୃଷୀକେଶ ଦେହୁରୀ
୧୭. ପବନ ଦାସ
୧୮. ପ୍ରଫୁଲ୍ଲ ବେହେରା
୧୯. ନମିତା ମଞ୍ଜରୀ ସାହୁ
୨୦. ପ୍ରଶାନ୍ତ ଭୋଇ
୨୧. କବିତା ଖଣ୍ଡେଇ
୨୨. ବିଜୟ ଦଳାଇ
୨୩. ନୀଳ ନୀଳାଦ୍ରି
୨୪. ଦୀପାଳି ଭୂୟାଁ