


ରାୟଗଡ-(ଅଜୟରଥ) ରାୟଗଡା ଜିଲ୍ଲା କଂଗ୍ରସ ଭବନ ସମ୍ମୁଖରେ, ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ରାହୁଲ ଗାନ୍ଧୀଙ୍କ କୁସପୁତଳିକା ଦାହ କରିଛି ରାୟଗଡ ବିଜେପି ମହିଳା ମୋର୍ଚା। କଂଗ୍ରସ ଦଳରେ ମହିଳା ମାନଙ୍କ ପ୍ରତି କୌଣସି ସଂମ୍ମାନ ନାହିଁ।ଏହି କଥା କହିବାର କାରଣ କଂଗ୍ରସ ଶାସିତ ମଣିପୁର ରେ ଯେଉଁ ଘଟଣା ଘଟିଛି ତାହା ଏକ ଲଜ୍ୟାଜନକ ଘଟଣା।ମଣିପୁରର ସାଂସଦ ତଥା ଜଣେ ସରକାରୀ କର୍ମଚାରୀ ଅଙ୍ଗମଚା ବିମଲ ଅକୋଇଜାମ JNU ର ୧୧ଜଣ ଛାତ୍ରୀଙ୍କ ସହିତ ଅସଦାଚରଣ କରିଛନ୍ତି।କିନ୍ତୁ ଉକ୍ତ ବ୍ୟକ୍ତି ବିଶେଷଙ୍କ ଉପରେ କଂଗ୍ରେସ କାର୍ଯ୍ୟାନୁଷ୍ଠାନ ତ ଦୁରର କଥା ସେ ନେଇ ମୁହଁ ଖୋଲୁନି। ଯାହାକୁ ନେଇ ରାୟଗଡ ଜିଲ୍ଲା ବିଜେପି ମହିଳା ମୋର୍ଚା ସଭାପତି ରଜିତା କୋରଡ଼ାଙ୍କ ନେତୃତ୍ୱରେ ଆଜି ସଦସ୍ୟା ମାନେ ଜିଲ୍ଲା କଂଗ୍ରସ ଭବନ ସମ୍ମୁଖରେ ବିକ୍ଷବ ପ୍ରଦର୍ଶନ ସହ ରାହୁଲ ଗାନ୍ଧୀଙ୍କ କୁସପୁତଳିକା ଦାହ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଶହ ଶହ ସଂଖ୍ୟାରେ ମହିଳା ମର୍ଚ୍ଚାର ସଦସ୍ୟ ଯୋଗଦେଇଥିଲେ।