କଟକ ତା ୧୨.୧୦.୨୦୨୬ ରିଖ ଆଉ ଦୁଇ ଦିନ ପରେ କଟକ ସହରର ବିଭିନ୍ନ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ର ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ଯେତେ ପାଖେଇ ଆସୁଛି ପରିବେଶ ଅଶାନ୍ତ ହେବାରେ ଲାଗିଛି। ତଥାପି 60 ପ୍ରତିଶତରୁ ଊର୍ଦ୍ଧ୍ୱ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ନିର୍ବାଚନ ପ୍ରତି ଉତ୍ସାହ ବା ଆଗ୍ରହ ଥିବାର ଦେଖିବାକୁ ମିଳୁନାହିଁ। ବିଶେଷ କରି ଶୈଳବାଳା ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ଅଶାନ୍ତି ଦେଖାଯାଇଛି। ପାର୍ଥୀ ପତ୍ର ନାକଚ କୁ ନେଇ କେତେକ ଆଶାୟୀ ପ୍ରାର୍ଥୀ ମହାବିଦ୍ୟାଳୟ ସମ୍ମୁଖରେ ଧାରଣା ବସିଛନ୍ତି। ସେହି ଭଳି ରେଭେନ୍ସା ବିଶ୍ୱବିଦ୍ୟାଳୟ ଠାରେ ଜୈନିକ ପ୍ରାର୍ଥୀଙ୍କ ପ୍ରାର୍ଥୀ ପତ୍ର ନାକଚ ହେବାପରେ ଏହାକୁ ନେଇ ଅଶାନ୍ତି ଦେଖାଦେଇଥିଲା। ନାକଚ ହୋଇଥିବା ପ୍ରାର୍ଥୀ ଧାରଣା ଦେବାପରେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଏହାକୁ ପୁନର୍ବିଚାର କରି ପ୍ରାର୍ଥୀ ପତ୍ରକୁ କାଏମ ରଖିଥିଲେ। ଆଉ କିଛିଦିନ ପରେ ଦୁର୍ଗାପୂଜା ଛୁଟି ହେଇ ଯାଉଥିବାରୁ କେତେକ ଅନ୍ତେବାସୀ ହଷ୍ଟେଲ ଛାଡ଼ି ନିଜ ନିଜ ନିଜ ଘରକୁ ଫେରିବାକୁ ଲାଗିଲେଣି। ଶୈଳବାଳା ସ୍ଵୟଂ ଶାସିତ ମହାବିଦ୍ୟାଳୟରେ 45 ଜଣ ପ୍ରାର୍ଥୀ ନିର୍ବାଚନରେ ଭାଗ ନେବାପାଇଁ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଥିଲେ।ସେଥିରୁ 19 ଜଣଙ୍କ ପ୍ରାର୍ଥୀ ପତ୍ର ନାକଚ ହୋଇଥିଲା ।ଚୂଡ଼ାନ୍ତ ତାଲିକା ପ୍ରକାଶ ପରେ 23 ଜଣ ପ୍ରାର୍ଥୀ ବିଭିନ୍ନ ପଦ ପଦବୀରେ ପ୍ରତିଦ୍ୱନ୍ଦିତା କରୁଛନ୍ତି। ଏବେ କଟକ ସହରର କେତେକ ମହାବିଦ୍ୟାଳୟରେ ଅସାନ୍ତ ପରିବେଶ ମଧ୍ୟରେ ନିର୍ବାଚନ ପ୍ରଚାର କରାଯାଉଛି। ଆସନ୍ତା 14 ତାରିଖ ଦିନ WHAT I STAND ମିଟିଂ ହେବାପରେ 15 ତାରିଖ ଦିନ ଛାତ୍ର ସଂସଦ ର ନିର୍ବାଚନ ଅନୁଷ୍ଠିତ ହେବ।