
ବାରିପଦା, ତା୧୦/୧୦/୨୦୨୬ (କ: ବ୍ଯୁ) ମୟୂରଭଞ୍ଜ
ଓଡିଶା ସାମ୍ବାଦିକ ସଙ୍ଘ (ଓଜେୟୂ), ଉତ୍କଳ ସାମ୍ବାଦିକ ସଙ୍ଘ, ରାଜ୍ୟ ସାମ୍ବାଦିକ ସଙ୍ଘ (ଏସୟୁଜେ), କଳିଙ୍ଗ ପେସାଦାର ସାମ୍ବାଦିକ ସଙ୍ଘ, ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଙ୍ଘ, ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକ ପରିବାର ପ୍ରମୁଖ ଅନୁଷ୍ଠାନର ସମ୍ମତି କ୍ରମେ ଆସନ୍ତା ତା 12/10/26 ରିଖ ଦିବା 10 ଘଟିକା ସମୟରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାରେ ସାମ୍ବାଦିକ ମାନଙ୍କର ସ୍ୱାଭିମାନ, ସ୍ୱାର୍ଥ ଏବଂ ସୁରକ୍ଷା ଦାବୀରେ ଏକ ଶାନ୍ତିପୂର୍ଣ୍ଣ ଧାରଣା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ସ୍ଥିର କରାଯାଇ ବିଧିବଦ୍ଧ ପୋଲିସ ଅନୁମତି ନିଆଯାଇଛି.
ଏଣୁ ଜିଲ୍ଲାର ସମସ୍ତ ସଂଗ୍ରାମୀ ସାମ୍ବାଦିକ ସାଥିଙ୍କୁ ଅନୁରୋଧ ସଙ୍ଘ ମତ ନିର୍ବିଶେଷରେ ଜିଲ୍ଲାରେ ସାମ୍ବାଦିକ ମାନଙ୍କର ସ୍ୱାଭିମାନ, ସ୍ୱାର୍ଥ ଏବଂ ସୁରକ୍ଷା ପାଇଁ ଆସନ୍ତା ତା 12/10/26 ରିଖ ସୋମବାର ଦିବା 10 ଘଟିକା ସମୟରେ ବାରିପଦା ସ୍ଥିତ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହେବାକୁ ଥିବା ଧାରଣରେ ଯୋଗ ଦେବାକୁ ଅନୁରୋଧ ଈଶ ମିଳିତ ମହାମଞ୍ଚ
ବାରିପଦା, ମୟୂରଭଞ୍ଜ
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)