ବାଣ ଭିଡାରୁ ବିସ୍ଫୋରଣ : ବାପ ପୁଅ ମୃତ , ତିନି ଆହତ

ଜଗତସିଂହପୁର : ବାଣ ବିସ୍ପୋରଣରେ ବାପପୁଅର ମୃତ୍ୟୁ ସହ ଜଣେ ଗୁରୁତର ଓ ତିନିଜଣ ସାମାନ୍ୟ ଆହତ । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ପଟିଲୋ ଗ୍ରାମପଞ୍ଚାୟତ ମହିଳୋ ଗ୍ରାମରେ ଏହି ଅଘଟଣ ଘଟି ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମହିଳୋ ଗ୍ରାମରେ ମନୋରଞ୍ଜନ ସ୍ବାଇଁଙ୍କ ଘରେ ଏହି ଭୟାବହ ବିସ୍ପୋରଣ ଘଟିଛି । ଆଜି ଦିନ ୧୨ ଘଟିକା ସମୟରେ ହଠାତ ମନୋରଞ୍ଜନ ସ୍ବାଇଁଙ୍କ ଘରେ ବିସ୍ପୋରଣ ଘଟିଥିଲା । ଯାହାଫଳରେ ଘରର ମୁଖ୍ୟ ମନୋରଞ୍ଜନ ସ୍ୱାଇଁ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ସମୟରେ ତାଙ୍କ ପୁଅ ସୌମ୍ୟସାହିଲ ସ୍ବାଇଁଙ୍କ କଟକ ବଡ଼ମେଡିକାଲରେ ମୃତ୍ୟୁ ଘଟିଛି ।ଏହାସହ ଜଣେ ଗୁରୁତର ଏବଂ ତିନିଜଣ ସାମାନ୍ୟ ଆହତ ହୋଇଛନ୍ତି । ମୃତକ ମନୋରଞ୍ଜନ ଓ ତିନିଜଣ ସାମାନ୍ୟ ଆହତଙ୍କୁ ଜଗତସିଂହପୁର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ଓ ଦୁଇଜଣ ଗୁରୁତରଙ୍କୁ କଟକ ପଠାଯାଇଥିବା ବେଳେ କଟକ ବଡ଼ମେଡିକାଲରେ ମନୋରଂଜନଙ୍କ ପୁଅ ସୌମ୍ୟସାହିଲଙ୍କ ମୃତ୍ୟୁ ଘଟିଛି। ବିସ୍ପୋରଣ ଏତେ ଭୟଙ୍କର ଥିଲା ଯେ ତାହାର ପ୍ରଭାବରେ ଛାତ ଘରର କାନ୍ଥ ଓ ଛାତ ଫାଟିଯାଇ ଓହଳିଛି । ଘଟଣାସ୍ଥଳରେ ତିର୍ତ୍ତୋଲ ପୋଲିସ ପହଞ୍ଚି ତଦନ୍ତ ଚଲେଇଛି ।

Leave a Reply

Your email address will not be published. Required fields are marked *