KMC ରେ କୋଟି କୋଟି ଟଙ୍କାର ଦୁର୍ନୀତିଅଭିଯୋଗ !

କଟକ: ବିଗତ ଦୁଇ ବର୍ଷ ମଧ୍ୟରେ (ଜୁନ୍ ୨୦୨୪ ରୁ ଅଗଷ୍ଟ ୨୦୨୬)

କଟକ ମହାନଗର ନିଗମ (KMC) ଅଧୀନରେ ହୋଇଥ‌ିବା ବିଭିନ୍ନ ବିଭାଜିତ କାର୍ଯ୍ୟ (Split-up Works) ତଥା ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ଆର୍ଥକ ଅନିୟମିତତା ଓ ମହାଦୁର୍ନୀତି ହୋଇଥ‌ିବା ନେଇ ପର୍ଦାଫାସ କରିଛି ଓଡ଼ିଶା ଜନତା କଂଗ୍ରେସ। ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି ଯେ, ବଡ଼ ବଡ଼ କାମକୁ ଛୋଟ ଛୋଟ ଭାଗରେ ବିଭକ୍ତ (Split-up) କରି ବିନା ଟେଣ୍ଡରରେ ନିଜ ପସନ୍ଦର ଠିକାଦାରଙ୍କୁ କାମ ଦିଆଯାଇଛି।

ଏହାର ଭିଜିଲାନ୍ସ ତଦନ୍ତ ପାଇଁ ଦାବି ହୋଇଛି।

Leave a Reply

Your email address will not be published. Required fields are marked *