ବିଶ୍ଵ ଦୃଷ୍ଟି ଦିବସ👀

୨ୟ ଗୁରୁବାର🌚
8th: Oct.🌜World Sight Day🌛


ଦୃଷ୍ଟି – ଶୁଭଦୃଷ୍ଟି ଦୂରଦୃଷ୍ଟି ଆଉ
ଅନ୍ତର୍ଦୃଷ୍ଟି ଚାରି ଭେଦ,
କେବେ କେଉଁ ଦୃଷ୍ଟି ନିକ୍ଷେପିଲେ ଜନ
ନ ରହିବ ତେବେ ଖେଦ ।

ଯେଉଁ ଜନ ପାଶେ ନାହିଁ ଦୂରଦୃଷ୍ଟି
ସେ ହୁଅଇ ବାଟବଣା,
ଅନ୍ତର୍ଦୃଷ୍ଟି ହୀନ ମାନବ ହିଁ ଜାଣ
ଅନ୍ଧ ଭାବେ ହୁଏ ଗଣା ।

ଦୃଷ୍ଟିପଥେ କେତେ ଭଲ-ମନ୍ଦ ଆଉ
ସୁନ୍ଦର କୁତ୍ସିତ ଦୃଶ୍ୟ,
ଆନନ୍ଦ ଉଲ୍ଲାସ କଳିଗୋଳ ଦେଖି
ଲାଗୁଥାଏ ଅବସୋସ ।

ଦୃଷ୍ଟି ଅନ୍ତରାଳେ ଥାଏ ଅସୁମାରି
ଯାହା ଦେଖନ୍ତି ଈଶ୍ଵର,
କିନ୍ତୁ ଶୁଭଦୃଷ୍ଟି ଜନ-ମାନସର
ଅଟେ ଭବିଷ୍ୟ ବିଚାର ।

ସକଳ ଦୃଷ୍ଟି ଯେ’ ଜନ ଭିନ୍ନ ଭିନ୍ନ
କରୁଥା’ନ୍ତି ଉପଯୋଗ,
ପ୍ରଭୁ ତ୍ରିଲୋଚନ ଆଶିଷ ବର୍ଷଣ
ହେଉ ଆମ୍ଭ ଅନୁରାଗ ।

ବିଶ୍ଵ ଦୃଷ୍ଟି-ଶକ୍ତି ଦିବସ ମାହାତ୍ମ୍ୟ
ଚକ୍ଷୁ ଆମ ଶ୍ରେଷ୍ଠ ରତ୍ନ,
ଜୀବିତେ ସୁରକ୍ଷା ମୃତେ ଚକ୍ଷୁ-ଦାନ
ମାନବେ ହେଉ ଚିନ୍ତନ ।

ଶମ୍ଭୁନାଥ ଦାସ / କୋଲକାତା
Jatiya Pragati Abhiyan (Society)
Kolkata & Odisha

Leave a Reply

Your email address will not be published. Required fields are marked *