ଲଘୁଚାପ ବର୍ଷାରେ କପ୍ତିପଦା ଉପ-ଖଣ୍ଡର ଭୀମତାଳି ପଞ୍ଚାୟତ ଅନ୍ତର୍ଗତପାଟସାହି,ମଦନାପାଳସରକାରୀ ପ୍ରାଥମିକ ବିଦ୍ୟାଳୟପ୍ରଭୁତ ଭାବେ କ୍ଷତିଗ୍ରସ୍ତ


ବାରିପଦା -ଉଦଳା,ତା୨୬/୦୯/୨୦୨୬
(କ: ବ୍ଯୁ)
ଅତ୍ୟଧିକ ବର୍ଷା ଯୋଗୁଁ
ସରକାରୀ ପ୍ରାଥମିକ ବିଦ୍ୟାଳୟ ପାଟ ସାହି, ମଦନା ପାଳ ରେ ଜଳ ପ୍ରବେଶ କରି ପିଲା ଙ୍କ ଉତ୍ତମ ମଧ୍ୟାହ୍ନ ଭୋଜନ ପାଇଁ ରଖା ଯାଇ ଥିବା ଚାଉଳ,ପିଲା ମାନଙ୍କ ଶିକ୍ଷଣୀୟ ସାମଗ୍ରୀ,ଅଫିସ କାଗଜ ପତ୍ର ଆଦି ବନ୍ଯ ଜଳରେ ବୁଡି ନଷ୍ଟ ହୋଇ ଯାଇଛି ଏବଂ ସମ୍ପୂର୍ଣ୍ଣ ପରିସର ବନ୍ୟା ଜଳ ର ଘେରାବନ୍ଦି ଭିତରେ।ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀ ମତି ସୁଭଦ୍ରା ରାଉତ ,ସହକାରି ଶିକ୍ଷୟତ୍ରୀ..ଶ୍ରୀ ମତି କାଦମ୍ବିନୀ ମହାପାତ୍ର ଆଉ କିଛି ଗ୍ରାମ ବାସୀ ଙ୍କ ସହ ଯୋଗ ରେ ଜଳ ଶ୍ରେଣୀ ଗୃହରୁ ନିଷ୍କାସନ କରି ଆଲ୍ ମାରି ଆଦି ମୂଲ୍ୟବାନ ବସ୍ତୁକୁ ସୁରକ୍ଷିତ ସ୍ଥାନ କୁ ସ୍ଥାନାନ୍ତରିତ କରିବାରେ ସମର୍ଥ ହୋଇଛନ୍ତି।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *