ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ସରକାରୀ ଭାବେ ପୁନଃ ପ୍ରଚଳନ କରିବା ଦାବିରେ 12 ଘଣ୍ଟିଆ ବନ୍ଦ

ପାଳଲହଡା : ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ଜମରଡିହ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ସରକାରୀ ଭାବେ ପୁନଃ ପ୍ରଚଳନ କରିବା ଦାବିରେ ବିଜୁ ଜନତା ଦଳ ପାଳଲହଡା, ପାବୁଡି ଭୂୟାଁ ଅଞ୍ଚଳର ନାରୀ ସଙ୍ଘ, ମାଙ୍କଡ଼ା ନଦୀବନ୍ଧ ବିରୋଧୀ ସଂଗ୍ରାମ ସମିତି, ଆଦିବାସୀ ସଙ୍ଘର ମିଳିତ ସହଯୋଗରେ ୪୯ ନମ୍ବର ଜାତୀୟ ରାଜପଥରେ ୧୨ଘଣ୍ଟିଆ ବନ୍ଦ ହୋଇଥିବାବେଳେ ଏହି ବନ୍ଦ ପାଳନରେ ପୂର୍ବତନ ବିଧାୟକ ମୁକେଶ କୁମାର ପାଳ, ବିଜୁ ଜନତା ଦଳର ସଭାପତି ବିଧାୟକ ତାଳଚେର ବ୍ରଜକିଶୋର ପ୍ରଧାନ, ଜିଲ୍ଲା ଯୁବ ବିଜେଡି ସଭାପତି ଅରୁନାଭ ସିଂ, ଜିଲ୍ଲା ଓକିଲ ସଂଘର ସଭାପତି ଦିଲ୍ଲୀପ ସାହୁ, ଛାତ୍ର ଜନତା ଦଳ ସଭାପତି ଶୁଭ୍ରାଂଶୁ ଶେଖର ଜିତ, ରାଜ୍ୟ ଯୁବ ଜନତା ଦଳର ଉପ ସଭାପତି ଶିବାନୀ ଶଙ୍କର ଗୌଡ଼, ରାଜ୍ୟ ଯୁବ ସାଧାରଣ ସମ୍ପାଦକ ଚନ୍ଦ୍ରକାନ୍ତ ପ୍ରଧାନ, ଜିଲ୍ଲା ଉପସଭାପତି ଇନ୍ଦ୍ରମଣୀ ଗଡନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବିଶ୍ୱାଳ, ବ୍ଲକ୍ ସଭାପତି ରଞ୍ଜିତ ବିଶ୍ୱାଳ, ବ୍ଲକ୍ ଅଧ୍ୟକ୍ଷା ରୀନାରାଣୀ ନାଏକ, ଜିଲ୍ଲା ପରିଷଦ ସଦସ୍ୟା ସାବିତ୍ରୀ ମାଝୀ, ବ୍ଲକ୍ ସାଧାରଣ ସମ୍ପାଦକ ନରେନ୍ଦ୍ର ଭୁକ୍ତା , ମାଙ୍କଡ଼ା ନଦୀବନ୍ଧ ବିରୋଧୀ ସଂଗ୍ରାମ ସମିତି ସଭାପତି ରତ୍ନାକର ରାଉତ,ଆଦିବାସୀ ସଙ୍ଘ ସଭାପତି ଲଛମନ ହେମ୍ରମ ସହିତ ବହୁତ୍ ସଂଖ୍ୟାରେ ବିଜୁ ଜନତା କର୍ମକର୍ତ୍ତା ଓ ପାବୁଡି ଅଞ୍ଚଳର ମା ମାନେ ଯୋଗ ଦେଇଥିଲେ। ଏହି ବନ୍ଦ ରେ ପ୍ରଶାସନିକ ଅଧିକାରୀ ପହଁଚି ଲୋକଙ୍କୁ ପ୍ରତିଶୃତି ଦେବା ପରେ ଦାବିରୁ ଓହରିଥିଲ!

Leave a Reply

Your email address will not be published. Required fields are marked *