
ଚଣ୍ଡିଖୋଲ ,୨୯/୮(କ.ଵ୍ୟୁ) (ପ୍ରଶାନ୍ତ କୁମାର ଜେନା) ରାଜପଥ ଲୁଟେରାଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇ ଥିବା ଧର୍ମଶାଳା ଟ୍ରକ୍ ମାଲିକ ସଂଘ ସଭାପତି ସୂର୍ଯ୍ୟମଣି ବେହୁରା (ନିନା) ୬୮ଙ୍କୁ ନଖରା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମହାବିନାୟକ ଲଘୁ ଖଣିଜ ପରିବହନ ମାଲିକ ସଂଘ ସଭାପତି ଅଜାମ୍ବର ସାହୁ,ଚଣ୍ଡିଖୋଲ ଟ୍ରକ୍ ମାଲିକ ସଂଘ ସଭାପତି ଚନ୍ଦନ କୁମାର ନାୟକ, ବରିଷ୍ଟ ସଭ୍ୟ ପ୍ରଭାତ କୁମାର ରାଉତ, ପ୍ରଦୀପ୍ତ କୁମାର ବେହେରା ପ୍ରମୁଖ ସାକ୍ଷାତ କରି ତାଙ୍କର ଆଶୁ ଆରୋଗ୍ୟ କାମନା କରିବା ସହିତ ଲୁଟେରା ମାନଙ୍କୁ ତୁରନ୍ତ ଗିରଫ କରିବା ସହିତ ୧୬ନମ୍ୱର୍ ଜାତୀୟ ରାଜପଥ ରେ ପେଟ୍ରୋଲିଂ କାର୍ଯ୍ୟକୁ ଜୋରଦାର କରିବାକୁ ଦାବୀ କରିଛନ୍ତି। ଘଟଣାରୁ ପ୍ରକାଶ ଧର୍ମଶାଳା ଟ୍ରକ୍ ମାଲିକ ସଂଘ ସଭାପତି ସୂର୍ଯ୍ୟମଣି ବେହୁରା ଚଣ୍ଡିଖୋଲ ରୁ ନିଜ କାର୍ଯ୍ୟ ସାରି ସ୍କୁଟି ରେ ନିଜ ଗାଁ ସାରୋଇ କୁ ଫେରୁ ଥିବା ସମୟରେ ନେଉଳ ପୁର ଛକ ନିକଟରେ ଏକ ପଲ ସର୍ ବାଇକ୍ ରେ ଦୁଇ ଜଣ ଲୁଟେରା ତାଙ୍କୁ ଅତର୍କିତ ଆକ୍ରମଣ କରିବା ସହିତ ତାଙ୍କର ମୋବାଇଲ ଫୋନ୍ ଛଡାଇ ନେବାକୁ ଚେଷ୍ଟା କରିଥଲେ। ଫଳରେ ଲୁଟେରା ଓ ସୂର୍ଯ୍ୟମଣି ଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ଫଳରେ ସ୍କୁଟି ରୁ ପଡି ସୂର୍ଯ୍ୟମଣି ଆହାତ ହେବା ସହିତ ତାଙ୍କର ହାତ, ମୁଣ୍ଡ, ଗୋଡ ରେ ଆଘାତ ଲାଗିବା ସହିତ ନାକରୁ ପ୍ରଚୁର ରକ୍ତସ୍ରାବ ହୋଇଥଲା।ଖବର ପାଇ ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଧର୍ମଶାଳା ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର କୁ ନେଇ ଥିଲେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଭର୍ତ୍ତି କରିଛନ୍ତି। ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାଯାଇଛି। ଏପରି ଆକ୍ରମଣକୁ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ନିନ୍ଦା କରିବା ସହିତ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।