


କଟକ : ଲୋକଙ୍କ ସ୍ବାସ୍ଥ୍ୟ ସହ ଖେଳ, ସିଲ୍ ହେଲା ମୋମୋ ଗୋଦାମ । କଟକ ଭାଣପୁରରେ ଥିବା ‘ୱାଓ ମୋମୋ’ର ଗୋଦାମ ଉପରେ ସ୍ୱାସ୍ଥ୍ୟ ବିଭାଗର ମିଳିତ ଟିମ୍ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି।ଗୋଦାମରେ ଖାଦ୍ୟ ସାମଗ୍ରୀ ସଂରକ୍ଷଣ ଓ ବିକ୍ରିକୁ ନେଇ ଅନିୟମିତତା ଅଭିଯୋଗ ମିଳିବା ପରେ ଏହି ଚଢ଼ାଉ ହୋଇଥିବା ଜଣାପଡ଼ିଛି। ଚଢ଼ାଉ ସମୟରେ ଅସ୍ୱାସ୍ଥ୍ୟକର ପରିବେଶରେ ମୋମୋ ଓ ମାଛ ସଂରକ୍ଷିତ ରହିଥିବା ଟିମ୍ ଦେଖିଥିଲା।
ସୂଚନା ଅନୁସାରେ, କୋଲକାତାର ଏକ କମ୍ପାନିରୁ ମୋମୋ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଆଣି ଏଠାରେ ଫ୍ରିଜ୍ରେ ସଂରକ୍ଷଣ କରାଯାଉଥିଲା। ପରେ କଟକ, ଭୁବନେଶ୍ୱର, ପୁରୀ ସମେତ ବିଭିନ୍ନ ଅଞ୍ଚଳକୁ ଏହି ସାମଗ୍ରୀ ସପ୍ଲାଏ କରାଯାଉଥିବା ଜଣାପଡ଼ିଛି। ମୋମୋ ଓ କଞ୍ଚା ମାଛ ପ୍ୟାକେଟ୍ ଉପରେ ପ୍ରସ୍ତୁତି ତାରିଖଠାରୁ ଏକ୍ସପାୟରୀ ଡେଟ୍ ୧ ବର୍ଷ ଲେଖାଯାଇଥିଲା।