
କଟକ, ୧।୯: ଡାକ୍ତରୀ ଶିକ୍ଷା ନିମନ୍ତେ ଅନୁଷ୍ଠିତ ପ୍ରବେଶିକା ପରୀକ୍ଷା ନିଟ୍ରେ କୃତିତ୍ୱ ଅର୍ଜନ କରିଥିବା ୫୨ ନମ୍ବର ୱାର୍ଡ ଅନ୍ତର୍ଗତ ରାଜେନ୍ଦ୍ରନଗର ଅଞ୍ଚଳର ସାମ୍ବାଦିକ ଉମାକାନ୍ତ ଜେନାଙ୍କ ପୁତ୍ର ପାର୍ଥ ସାରଥୀ ଜେନାଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ।
ଶ୍ରୀ ବିଶ୍ୱାଳ ଆଜି ପାର୍ଥ ସାରଥୀଙ୍କ ବାସଭବନରେ ପହଞ୍ଚି ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ନିଟ୍ ପରୀକ୍ଷାରେ ପାର୍ଥ ସାରଥୀଙ୍କ ସଫଳତା ରାଜେନ୍ଦ୍ରନଗର ସମେତ ସମଗ୍ର ଅଞ୍ଚଳ ପାଇଁ ଏକ ଖୁସିର ଖବର ବୋଲି ଶ୍ରୀ ବିଶ୍ୱାଳ କହିଥିଲେ। ତାଙ୍କର ଏହି ସଫଳତା ଅନ୍ୟ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ ବୋଲି ସେ ପ୍ରକାଶ କରିଥିଲେ।
ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ୫୨ ନମ୍ବର ୱାର୍ଡର କର୍ପୋରେଟର ସୌଭାଗିନୀ ଜେନା, ଫିରୋଜ ମହାପାତ୍ର, କୃଷ୍ଣଚନ୍ଦ୍ର ମାହୁନ୍ତ, ସରୋଜ ସ୍ୱାଇଁ, ରାଜେନ୍ଦ୍ର ଷଡ଼ଙ୍ଗୀ, ରମେଶ ଚୌଧୁରୀ, ରାଧେଶ୍ୟାମ ରଣା,ସାମ୍ବାଦିକ ମହେଶ ପାଟରା,ଅକ୍ଷୟ ପଣ୍ଡା, ଶୁଭେନ୍ଦୁ ମିଶ୍ର, ପ୍ରଦୀପ ସେଠୀ, ମାଗୁଣି ଚରଣ ଦାସଙ୍କ ସମେତ ବହୁ ମୁରବୀ ଓ ସ୍ଥାନୀୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।