
କଟକ : କଟକ ଏକ ସାଧାରଣ ସହର ନୁହେଁ। ଏହା ଓଡ଼ିଶାର ପ୍ରାଚୀନ ଐତିହାସିକ ସହର । ଏହାର ଐତିହ୍ୟ ମହାନ୍ । କଟକ ଜାତୀୟ ଓ ସାଂସ୍କୃତିକ ଜୀବନର ପ୍ରାଣ କେନ୍ଦ୍ର। ଶସତ୍ର ସ୍ୱାଧୀନତା ସଂଗ୍ରାମ କ୍ଷେତ୍ରରେ କଟକ ର ଭୂମିକା ଉଲ୍ଲେଖନୀୟ । ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନର ମୂଳ ଦୁଆ ପଡ଼ିଥିଲା କଟକ ସହରରୁ । ଐତିହାସିକ ସ୍ୱରାଜ ଆଶ୍ରମ ଏହାର ମୁକ ସାକ୍ଷୀ। ଯୁଗେ ଯୁଗେ କଟକ ଓଡ଼ିଶାର ପ୍ରାଣ କେନ୍ଦ୍ର ଭାବରେ ସମ୍ମାନିତ ହୋଇ ଆସୁଛି। କଟକ ର ଉନ୍ନତି ଏବଂ ଏହାର ସୌନ୍ଦର୍ଯ୍ୟ କରଣ ପାଇଁ ପ୍ରୟାସ ଜାରି ରହିଛି। କଟକର ରୂପ ରେଖ୍ ସମ୍ପୂର୍ଣ୍ଣ ବଦଳି ଯାଇଛି ବୋଲି ବହୁ ବିଶିଷ୍ଟ ଅତିଥି ମାନେ ଆଜି ରବିବାର ଦିନ କଟକ ମହାନଗର ନିଗମର 150 ବର୍ଷ ପୂର୍ତ୍ତି ଉତ୍ସବ ଏବଂ ସ୍ୱାୟତ୍ତ ଶାସନ ର ଦ୍ୱିତୀୟ ଦିବସରେ ପ୍ରକାଶ କରିଛନ୍ତି। ଆଜି ଦ୍ୱିତୀୟ ଦିବସରେ ସହିଦ ଭବନ ଠାରେ ମେୟର ସୁବାସ ସିଂ ଙ୍କ ଅଧକ୍ଷତାରେ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଏସ ଆଈ ଟି ର ଅଧକ୍ଷ ତଥା ପ୍ରାକ୍ତନ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତ ମୁଖ୍ୟ ଅତିଥି, ସାଂସଦ ଭର୍ତ୍ତୃହରି ମହତାବ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ କହିଲେ କଟକ ସହରର ସୀମା ଦିନକୁ ଦିନ ବୃଦ୍ଧି ପାଇବାର ଲାଗିଛି। ଜନ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ଯୋଜନା କରିବା ଉଚିତ୍ । କେନ୍ଦ୍ର ସରକାରଙ୍କ ସହରାଞ୍ଚଳ ବିକାଶ ଯୋଜନାରେ କଟକ ସହର କୁ ସାମିଲ କରି ସହରର ପ୍ରଗତି ହେବା ଦରକାର। ମେଟ୍ରୋର ଆବଶ୍ୟକତା ରହିଛି। ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଆଶୀର୍ବାଦ ରୁ ଆମକୁ କିଛି କାମ କରିବାକୁ ସୁଯୋଗ ମିଳିଛି। ସେହି ସୁଯୋଗ କୁ କାର୍ଯ୍ୟ କାରି କରିବା ଦରକାର। କଟକ୍ ନିଗମ ଅଞ୍ଚଳରେ ଶ୍ମଶାନ ଗୁଡିକର ଉନ୍ନତି କରଣ ଆବଶ୍ୟକ ଥିବା ବେଳେ ସେଗୁଡ଼ିକର ଉନ୍ନତି କରଣ ହୋଇଛି। କଟକ ଚୌଦ୍ୱାର ବିଧାୟକ ସୌଭିକ୍ ବିଶ୍ଵାଳ, ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ କଟକର ଐତିହ୍ୟ ଉପରେ ଆଲୋକପାତ କରିଥିଲେ। କେ ଏମ୍ ସି ର କମିଶନର କିରଣ ଦୀପ କୌର ଏବଂ ଡେପୁଟି ମେୟର ଦମୟନ୍ତୀ ମାଝି ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା କେତେକ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ନିଗମ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ମେୟର ସୁବାସ ସିଂ ସ୍ଵାଗତ ଭାଷଣ ଦେଇ କଟକ ସହରର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କ୍ରମ ସମ୍ପର୍କ ରେ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ନିଗମର ଅଧିକାଂଶ କର୍ପୋରେଟର ମାନେ ଉପସ୍ଥିତ ଥିଲେ। ଶେଷରେ ନିଗମ କର୍ମ ଚାରି ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।