ଚଣ୍ଡିଖୋଲ,୨୫/୮(କ.ଵ୍ୟୁ),(ପ୍ରଶାନ୍ତ ଜେନାଙ୍କ ରିପୋର୍ଟ) ବର୍ତ୍ତମାନ ଦେଖିବାକୁ ମିଳୁଛି ରାଜ୍ୟର ବିଭିନ୍ନ ସ୍ଥାନରେ ଛେନା ଓ ପାନିଆର ରେ ଯେଉଁ ଅପମ୍ରିଷଣ ହେଉଛି ତାହା ଉପରେ ସରକାରଙ୍କ ପକ୍ଷରୁ ଚଢାଉ ଜାରି ରହିଛି, ସେଥିରୁ ବଡ଼ଚଣା ବ୍ଲକ ର ଚଣ୍ଡିଖୋଲ ଛକ ଅନ୍ୟତମ, ଏହି ଚଣ୍ଡିଖୋଲ ଛକ ଉପରେ ଯାଜପୁର ଜିଲ୍ଲା ପ୍ରଶାସନ ର ନଜର ଆଜି ପର୍ଯ୍ୟନ୍ତ ପଡ଼ିନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି,। ଏଠାରେ ଥିବା ସମସ୍ତ ମିଠା ଦୋକାନୀ ଆଜି ସୁଦ୍ଧା ଠିକ୍ ଛେନାରେ ମିଠା କରି ନାହାନ୍ତି, ଯେଉଁ ବ୍ୟବସାୟୀମାନେ ନିଜ ଦୋକାନରେ ପାନିଆର୍ ବିକ୍ରି କରୁଛନ୍ତି ତାହା ଭେଜାଲ ବୋଲି ସାଧାରଣରେ ଆଲୋଚନା ହେଉଛି, ଛେନା ଓ ପାନିଆଡ କରୁଥିବା ବେପାରୀ ମାନେ ପାଉଡର ଚଣ୍ଡିଖୋଲ ଛକ ରୁ କିଣି ଏବଂ ଅନ୍ୟ କଣ ମିଶାଇ ତିଆରିକରି ନିଜ ବେପାର କରୁଛନ୍ତି । ସେହି ଛେନାରେ ଦୋକାନୀ ମାନେ ମିଠା ଟିଆରିକରି ନିଜ ବ୍ୟବସାୟ ଚଳାଉଛନ୍ତି ଏବେ ପଡ଼ିବ ରାକ୍ଷୀ ପୂର୍ଣିମା, ରାକ୍ଷୀ ବନ୍ଧନ ରେ ଏହି ଅପମିଶ୍ରଣ ଛେନା ରେ ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟ ଚାଲିବ ବୋଲି ସାଧାରଣରେ ଆଲୋଚନା ହେଉଛି, ଏହି ସ୍ଥାନରେ ଅଧିକ ଦରରେ ଦୋକାନୀ ମାନେ ବେପାର କରୁଛନ୍ତି, ଓ ମିଠା ସାଇଜ କୁ ଛୋଟା କରି କ୍ରେତା ମାନଙ୍କୁ ଠକି ଚାଲିଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି, କୌଣସି ମିଠା ଦୋକାନୀ ବାସି ମିଠା ଦେଇ କ୍ରେତା ମାନଙ୍କୁ ଠକି ଚାଲିଛନ୍ତି । ଦୂର ଦୁରାନ୍ତ ଆସିଥିବା ଲୋକ ଏଭଳି ଅସୁବିଧାରେ ପଡ଼ିଲେ କାହାକୁ ଅଭିଯୋଗ କରିବେ ତାହା ଏକ ପ୍ରଶ୍ନବାଚୀ? ରାସ୍ତା କଡ଼ରେ ଯେଉଁ ବ୍ୟକ୍ତି ମାନେ ହୋଟେଲ କିମ୍ବା ଢ଼ାବା କରିଛନ୍ତି ସେହି ମାଲିକ ମାନେ ମାତ୍ରାଧିକ ଦର୍ ରେ ବିକ୍ରି କରି ଅଧିକ ଲାଭବାନ ହେଉଛନ୍ତି ବୋଲି ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ସେ ହୋଟେଲ ଓ ଢ଼ାବା ସରକାରୀ ସିକୃତି ପାଇଛନ୍ତି କି ନାହିଁ ତାହା ଜିଲ୍ଲା ପ୍ରଶାସନ ନଜର ପକାଇବା ଦରକାର ବୋଲି ସାଧାରଣରେ ଦାବି ହେଉଛି। ଏ ଅପମିଶ୍ରଣ ଛେନା ଓ ମିଠା ଦୋକାନୀ ଙ୍କ ଉପରେ ଜିଲ୍ଲା ପ୍ରଶାସନ ଚଢାଉ କରିବାକୁ ସାଧାରଣରେ ଦାବି ହେଉଛି।
ReplyReply allForward
Add reaction