କଟକ,ତା ୦୨.୦୯.୨୦୨୬ ରିଖ – ସେପ୍ଟେମ୍ବର ୭ ତାରିଖ ସୋମବାର ଟାଙ୍ଗୀ-ଚୌଦ୍ଵାର ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରର ସ୍ଥାନ ପରିବର୍ତ୍ତନ କରାଯାଇଛି । ପରିବର୍ତ୍ତିତ ସୂଚୀ ଅନୁସାରେ କହ୍ନେଇପୁର ଗ୍ରାମ ପଞ୍ଚାୟତସ୍ଥିତ ଭଗତପୁର କଲ୍ୟାଣ ମଣ୍ଡପଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ । ଟାଙ୍ଗୀ-ଚୌଦ୍ଵାର ବ୍ଲକ କାର୍ଯ୍ୟାଳୟରେ ଜନସାଧାରଣ ଓ ଅଧିକାରୀଙ୍କ ନିମନ୍ତେ ବିଶେଷକରି ବର୍ଷାଦିନରେ ପର୍ଯ୍ୟାପ୍ତ ସ୍ଥାନର ଅଭାବ ହେଉଥିବାରୁ ଜନ ଶୁଣାଣି ଶିବିରର ସ୍ଥାନ ପରିବର୍ତ୍ତନ କରାଯାଇଛି ।
ଏହି ଅଭିଯୋଗ ଶୁଣାଣି ଶିବିର ସକାଳ ୧୦ ଘଟିକା ସମୟରେ ଆରମ୍ଭ ହୋଇ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଚାଲିବ । ଅଭିଯୋଗକାରୀମାନେ ଏହି ସମୟରେ ଉପସ୍ଥିତ ରହି ନିଜ ଅଭିଯୋଗଗୁଡିକ ପଞ୍ଜିକରଣ କରି ପାଳି ଆସିବା ପର୍ଯ୍ୟନ୍ତ ଅପେ କ୍ଷା କରିବା ସହ ଶୃଙ୍ଖଳିତ ଭାବେ ଅଭିଯୋଗ ଶୁଣାଣିରେ ଭାଗ ନେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗର ଶୁଣାଣି କରିବେ । ଏଥିସହ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ସ୍ତରରେ ହେଉଥିବା ଜନ ଅଭିଯୋଗ ଶୁଣାଣିଗୁଡିକ ମଧ୍ୟ ସକାଳ ୧୦ ଘଟିକାଠାରୁ ୧ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।