ଶାସ୍ତ୍ରୀୟ ସଂଗୀତଜ୍ଞ ଶ୍ୟାମାମଣି ଦେବୀ ଉତ୍କଳ ରତ୍ନ ସମ୍ମାନ ପାଇଲେ

କଟକ – ପ୍ରଖ୍ୟାତ ଶାସ୍ତ୍ରୀୟ ସଂଗୀତଜ୍ଞ ପଦ୍ମଶ୍ରୀ ଶ୍ୟାମାମଣି ଦେବୀ ଙ୍କୁ ଆଜି ଶତାବ୍ଦୀ ଭବନ ଠାରେ ଚଳିତ ବର୍ଷର ଉତ୍କଳ ରତ୍ନ ସମ୍ମାନ ରେ ସମ୍ମାନିତ କରାଯାଇଛି l ଓଡିଶା ର ସର୍ବ ପୁରାତନ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜର ୧୨୪ତମ ସମାବର୍ତ୍ତନ ଉତ୍ସବ ଓ ସାରସ୍ୱତ ସମ୍ମାନ ସମାରୋହରେ ପଦ୍ମ ଶ୍ରୀ ଶ୍ୟାମାମଣି ଦେବୀ ଙ୍କୁ ଉତ୍କଳ ରତ୍ନ ସମ୍ମାନ ସ୍ୱରୂପ ତାଙ୍କର ସାଧନା, କୃତି ଓ ସିଦ୍ଧି କୁ ସ୍ୱୀକୃତି ଜଣାଇ ମାନପତ୍ର, ଉପଢୌକନ ଓ ଫଳକ ପ୍ରଦାନ କରାଯାଇ ଏହି ପୁରସ୍କାର ପ୍ରଦାନ କରାଯାଇଛି l ଏହା ବ୍ୟତୀତ କେତେକ ବିଶିଷ୍ଟ ବ୍ୟକ୍ତିଙ୍କୁ ସେମାନଙ୍କର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ସମ୍ମାନରେ ସମ୍ମାନିତ କରାଯାଇଛି l ଉତ୍କଳ ସାହିତ୍ୟ ସମାଜର ୧୨୪ତମ ବାର୍ଷିକ ସମାବର୍ତ୍ତନ ଉତ୍ସବ ଓ ସାରସ୍ୱତ ସମ୍ମାନ ପ୍ରଦାନ ସମାରୋହରେ ମାନ୍ୟବର ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ ମୁଖ୍ୟ ଅତିଥି ଭାବ ରେ ଯୋଗ ଦେଇ ପୁରସ୍କାର ଓ ସମ୍ମାନ ପ୍ରଦାନ କରି କହିଲେ ଉତ୍କଳ ସାହିତ୍ୟ ସମାଜ ଏକ ପ୍ରାଚୀନ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ଓଡ଼ିଆ ଭାଷା, ସାହିତ୍ୟ ର ପ୍ରଚାର ଓ ପ୍ରସାର ଏବଂ ଭାଷାର ସୁରକ୍ଷା କ୍ଷେତ୍ର ରେ ଏହି ଅନୁଷ୍ଠାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଛି l ସାହିତ୍ୟ ସମାଜର ସଭାପତି ଡ଼ଃ ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ l ଓଡ଼ିଆ ବିଶ୍ୱ ବିଦ୍ୟାଳୟ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସତ୍ୟ ନାରାୟଣ ଆଚାର୍ଯ୍ୟ ବରେଣ୍ୟ ଅତିଥି ଭାବ ରେ ଯୋଗ ଦେଇଥିଲେ l ସାହିତ୍ୟ ସମାଜ ର ୧୨୪ତମ ବାର୍ଷିକ ଉତ୍ସବ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସକାଳେ ରାଜ୍ୟସ୍ତରୀୟ କବି ସମିଳନୀ ବ୍ରହ୍ମାନନ୍ଦ ବିଶ୍ୱାଳ ଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଶ୍ରୀ ଖଗେଶ୍ୱର ମହତାବ, ସୁଶାନ୍ତ କୁମାର ନାୟକ ରାଜ୍ୟସ୍ତରୀୟ କବି ସମିଳନୀରେ ଅତିଥି ଭାବରେ ଯୋଗ ଦେଇଥିଲେ l ସୁଚେତା ନନ୍ଦ ଓ ଗୀତ ଶ୍ରୀ ପ୍ରିୟମ୍ବଦା କବି ସମ୍ମିଳନୀର ସଂଯୋଜନା କରିଥିଲେ l ସମାବର୍ତ୍ତନ ଉତ୍ସବରେ ସାଧାରଣ ସମ୍ପାଦକ ରାଜୀବ କୁମାର ଷଡ଼ଙ୍ଗୀ ଅନୁଷ୍ଠାନ ସମ୍ପର୍କ ରେ ସୂଚନା ଦେଇଥିଲେ l

Leave a Reply

Your email address will not be published. Required fields are marked *