ପବିତ୍ର ଇଦ୍-ଏ-ମିଲାଦ୍-ଉନ୍-ନବୀ ଉପଲକ୍ଷେ ଶୋଭାଯାତ୍ରା ଓ ସମ୍ବର୍ଦ୍ଧନା

ପାଗା,୨୬/୮
ଇସଲାମ ଧର୍ମର ପବିତ୍ର ପ୍ରବର୍ତ୍ତକ ହଜରତ ମହମ୍ମଦଙ୍କ ପବିତ୍ର ଜନ୍ମଜୟନ୍ତୀ ଇଦ୍-ଏ-ମିଲାଦ୍-ଉନ୍-ନବୀ ଅବସରରେ କଟକ ସହରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମୁସଲିମ ସମ୍ପ୍ରଦାୟର ପ୍ରାୟ ୪୦ଟି ଉର୍ଦ୍ଧ ମହଲ୍ଲା କମିଟି ପକ୍ଷରୁ ଏକ ବିଶାଳ ଓ ଶୃଙ୍ଖଳିତ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି।
ଏହି ପବିତ୍ର ଶୋଭାଯାତ୍ରା ଯୋବ୍ରାଠାରୁ ଆରମ୍ଭ ହୋଇ କଲେଜ ଛକ, ରାଣୀହାଟ, ମଙ୍ଗଳାବାଗ, ମସ୍ତାନ ଦରଘା, ମଣିସାହୁ ଛକ, ବକ୍ସିବଜାର, ସୂତାହାଟ, ଓଡ଼ିଆ ବଜାର, ଗଙ୍ଗା ମନ୍ଦିର ଛକ ଓ ଗୌରୀ ଶଙ୍କର ପାର୍କ ଦେଇ ଐତିହାସିକ ପବିତ୍ର ପୀଠ ଦରଘାବଜାରସ୍ଥିତ କଦମ-ଏ-ରସୁଲ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ସାମୂହିକ ପ୍ରାର୍ଥନା ପରେ ଶୋଭାଯାତ୍ରାର ସମାପନ ହୋଇଥିଲା।
ଭାଇଚାରା, ସମ୍ପ୍ରୀତି ଓ ସହାବସ୍ଥାନର ସହର କଟକରେ ଏହି ପବିତ୍ର ଉତ୍ସବ ସମଗ୍ର ସହରକୁ ଉତ୍ସବମୁଖର କରିଥାଏ। ଧର୍ମ, ବର୍ଣ୍ଣ ଓ ସମ୍ପ୍ରଦାୟର ସୀମା ଉପରକୁ ଉଠି କଟକର ବିଭିନ୍ନ ସମ୍ପ୍ରଦାୟର ଭାଇଭଉଣୀମାନେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଏହି ମହାନ ଉତ୍ସବରେ ସାମିଲ ହୋଇ କଟକର ଐତିହାସିକ ଭାଇଚାରା ଓ ସାମାଜିକ ସମ୍ପ୍ରୀତିର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି।
ଶୋଭାଯାତ୍ରାକାରୀଙ୍କୁ ସମ୍ବର୍ଦ୍ଧନା
ପ୍ରତିବର୍ଷ ଭଳି ଚଳିତ ବର୍ଷ ଅଗଷ୍ଟ ମାସ ୨୬ ତାରିଖ ବୁଧବାର ପ୍ରାତଃ ୮ ଘଟିକା ସମୟରେ ରେ ଯୋବ୍ରା ସ୍ଥିତ ମସଜିଦ ରୋଡ଼ ଠାରେ କଂଗ୍ରେସ,ବିଜୁ ଜନତା ଦଳ,ଓ ବିଜେପି ସହିତ ଚୌଦ୍ୱାର – କଟକ ନିର୍ବାଚନ ମଣ୍ଡଳୀ ପକ୍ଷରୁ ଶୋଭାଯାତ୍ରାକାରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।କଟକ ଜିଲ୍ଲା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ସିଂହ ଙ୍କ ନେତୃତ୍ୱ ରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଅତିଥିଭାବେ ରାଜ୍ୟ ବିଜୁ ଜନତା ଦଳ ର ବରିଷ୍ଠ ଉପସଭାପତି ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର, ଅନ୍ୟତମ ରାଜ୍ୟ ବିଜେଡ଼ି ଉପସଭାପତି ଶ୍ରୀଯୁକ୍ତ ପ୍ରତାପ ଜେନା, ସାଲେପୁର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ ବେହେରା, କଟକ ମହାନଗର ନିଗମ ମେୟର ଶ୍ରୀଯୁକ୍ତ ସୁବାଷ ସିଂହ ପ୍ରମୁଖ ଙ୍କ ସହିତ ସମସ୍ତ କର୍ପୋରେଟର, ରାଜ୍ୟ ଏବଂ ମହାନଗର ନେତୃମଣ୍ଡଳୀ ଓ ଯୁବ, ଛାତ୍ର ନେତୃତ୍ୱ ଯୋଗ ଦେଇଥିବା ବେଳେ ବିଜେପି ର ବରିଷ୍ଠ ନେତା ତଥା ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ୱାଳ ମଧ୍ୟ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *