ବିଜେଡି ର ଖବରଦାତା ସମ୍ମିଳନୀ , I 5 ଦିନ ମଧ୍ୟ ରେ ସ୍ୱାସ୍ଥ୍ୟକେନ୍ଦ୍ର ଚାଲୁ କର ନଚେତ ଆନ୍ଦୋଳନ


ପାଳଲହଡା : ଆଗାମୀ 5 ଦିନ ମଧ୍ୟ ରେ ପାଳଲହଡା ଉପଖଣ୍ଡ ଜମରଡ଼ିହ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କୁ ପୁନଃ ଚାଲୁ କରିବାସହ ଆବଶ୍ୟକ ମୁତାବକ ଡାକ୍ତର ଏବଂ କର୍ମଚାରୀ ଯୋଗାଇ ସ୍ୱାସ୍ଥ୍ୟ ସେବା କୁ ପୁନଃ ଅବସ୍ଥାପିତ କର ନଚେତ ଲୋକଙ୍କ ସ୍ୱାର୍ଥ ପାଇଁ ଆନ୍ଦୋଳନ କରିବ ବିଜେଡି, ରବିବାର ଭାଜପା କରିଥିବା ଖବରଦାତା ସମିଳନୀ ର ଏପରିଭାବରେ ଆଉ ଏକ ଖବରଦାତା ସମ୍ମିଳନୀ କରି ଜବାବ ରଖିଛି ବିଜେଡି I ସୋମବାର ଜାତୀୟ ରାଜପଥ ଡ଼ାକବଙ୍ଗଳା ରେ ଏକ ଖବରଦାତା ସମିଳନୀ କରି ବିଜେଡି ର ବ୍ଲକ ନେତୃ ବୃନ୍ଦ ଭାଜପା ଉପରେ ବର୍ଷିଛନ୍ତି I ଗତ ଜୁନ 1 ତାରିଖ ରେ ସ୍ୱାସ୍ଥ୍ୟ ବିଭାଗ ପାଳଲହଡା ଉପାନ୍ତ ଅଞ୍ଚଳ ରେ ଥିବା ଜମରଡ଼ିହ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଏକ ଏନଜିଓ କୁ ପରିଚାଳନା ଦାଇତ୍ୱ ଦେଇଥିବାବେଳେ ଏହି ନିଷ୍ପତ୍ତି କୁ ବିରୋଧ କରି ଏବଂ ପୁନଃ ସରକାର ନିଜ ଅଧୀନକୁ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଆଣିବା ଦାବି ରେ ସ୍ଥାନୀୟ 5 ଖଣ୍ଡ ପଞ୍ଚାୟତ ର ଅଧିବାସୀ ଉକ୍ତ ଡାକ୍ତରଖାନା ସମୁଖ ରେ ଧାରଣା ରେ ବସିବା ସହ ଆନ୍ଦୋଳନ କରିଥିଲେ ଏବଂ ପରେ ଉପଜିଲ୍ଲାପାଳ ଙ୍କ କାର୍ଯାଳୟ ସମ୍ମୁଖରେ ରେ ବିରୋଧ ପ୍ରଦର୍ଶନ କରିଥିଲେ ଦୀର୍ଘ 2 ମାସ ର ସଂଘର୍ଷ ପରେ ଉକ୍ତ ଏନଜିଓ ନିଜ ଆଡୁ ଓହରି ଯାଇଥିଲେ, ଏହି ସମସ୍ତ ପ୍ରକରଣ ରେ ବିଜୁ ଜନତା ଦଳ କେବଳ ଆନ୍ଦୋଳନ କାରି ଙ୍କୁ ନୈତିକ ସମର୍ଥନ ଯୋଗାଇବା ବ୍ୟତୀତ ଅନ୍ୟକିଛି ଭୂମିକା ନଥିଲା, ତେବେ କେଉଁ ଆଧାର ରେ ଭାଜପା ବିଜେଡି କୁ ପାଳଲହଡା ର ବିକାଶ ରେ ବାଧକ ବୋଲି କହୁଛନ୍ତି ତାର ଉତ୍ତର ରଖନ୍ତୁ, ସେହିପରି ସରକାର ରେ ଏବେ ଭାଜପା ଥିବାବେଳେ ସବୁ କ୍ଷମତା ନିଜ ପାଖରେ ଥିବା ସତ୍ୱେ ବିଜେଡି କୁ ଦୋଷ ଦେବ ହାସ୍ୟାସ୍ପଦ ବୋଲି ବ୍ଲକ ବିଜେଡି ସଭାପତି ରଞ୍ଜିତ ବିଶ୍ୱାଳ କହିଛନ୍ତି I ସେହିପରି ବିଜୁ ଜନତା ଦଳ କୌଣସି ଡାକ୍ତର କିମ୍ବା କର୍ମଚାରି ଙ୍କୁ ହଇରାଣ ହରକତ କରିନାହିଁ ଏପରିକି ଭାଜପା ଯେଉଁ ଅଭିଯୋଗ କରିଛି କର୍ମଚାରୀ ଙ୍କ ବାସଭବନ ରୁ ବିଦ୍ୟୁତ ଏବଂ ପାଣି ସଂଯୋଗ କାଟି ଦିଆଯିବ ଘଟଣା ଆମୂଳକ ଏବଂ ଭିତ୍ତିହୀନ ବୋଲି ଜିଲ୍ଲା ବିଜେଡି ସମ୍ପାଦକ ନରେନ୍ଦ୍ର ଭୁକ୍ତା କହିଛନ୍ତି I ତେବେ ନିଜେ ସରକାର ରେ ଥାଇ ଡାକ୍ତର ଯୋଗାଇବାରେ ଭାଜପା ସମ୍ପୂର୍ଣ ବିଫଳ ହୋଇଛନ୍ତି ଏପରିକି ଆଜି ଉପଖଣ୍ଡ ଚିକିତ୍ସାଳୟ ରେ ପ୍ରାୟ ଅଧା ରୁ ଅଧିକ ଡାକ୍ତର ପଦବୀ ଖାଲି ପଡିଛି ଏପରି ସ୍ଥିତି ରେ ଡାକ୍ତର ଯୋଗାଇ ଜମରଡ଼ିହ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପୁନଃ ଚାଲୁ କରିବା ପରିବର୍ତ୍ତେ ବିଜେଡି କୁ ଦୋଷ ଦେବା ହାସ୍ୟାସ୍ପଦ, ନିଜ ଦୋଷ ଦୁର୍ବଳତା କୁ ଲୁଚାଇବା ପରିବର୍ତ୍ତେ ତୁରନ୍ତ ଡାକ୍ତର ନିଯୁକ୍ତି କରି ସ୍ୱାସ୍ଥ୍ୟକେନ୍ଦ୍ର ଚାଲୁ କରନ୍ତୁ ନଚେତ ଆନ୍ଦୋଳନ କରାଯିବ ବୋଲି ବ୍ଲକ ଅଧକ୍ଷା ରୀନାରାଣୀ ନାଏକ କହିଛନ୍ତି I ଅନ୍ୟପଟେ ଦିନ ରେ ଲଣ୍ଠନ ଦେଖାଉଚି ଭାଜପା, ବିଗତ ଦିନ ରେ ନିର୍ବାଚନମଣ୍ଡଳୀ ର ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ଆବଶ୍ୟକ ସଂଖ୍ୟକ ଡାକ୍ତର ଏବଂ କର୍ମଚାରୀ ନିଯୁକ୍ତି ଦେଇ ସ୍ୱାସ୍ଥ୍ୟସେବା ପରି ଏକ ଗୁରୁତ୍ୱପୂର୍ଣ ସେବା କୁ ସୁନିଶ୍ଚିତ କରାଯାଇଥିଲା କିନ୍ତୁ ଏହି ଡବଲ ଇଂଜିନ ସରକାର ସମୟ ରେ ପ୍ରାଥମିକ ସ୍ୱାସ୍ଥକେନ୍ଦ୍ର ଗୁଡିକର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହେବା ସହ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକୁ ଅନାଭିଜ୍ଞ ବେସରକାରୀ ସଂସ୍ଥା ଗୁଡିକୁ ଟେକିଦିଆଯାଉଛି ଯାହାକି ନିନ୍ଦନୀୟ ବୋଲି ନିର୍ବାଚନମଣ୍ଡଳୀ ସଂଯୋଜକ ଦିଲୀପ କୁମାର ଉଦIବଳ କହିଥିଲେ I ଏହି ସମ୍ମିଳନୀ ରେ ଜିଲ୍ଲାପରିଷଦ ସଦସ୍ୟା ସାବିତ୍ରୀ ମାଝୀ, ପୂର୍ବତନ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଇନ୍ଦ୍ରମଣି ଗଡ଼ନାୟକ, ଜିଲ୍ଲା ବିଜେଡି ଉପସଭାପତି ଲଷ୍ମୀଧର ବିଶ୍ୱାଳ ଉପସ୍ଥିତ ଥିଲେ :

Leave a Reply

Your email address will not be published. Required fields are marked *