ଉଦୀୟମାନ ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ରିଲିଫ ବଣ୍ଟନ

ଚଣ୍ଡିଖୋଲ,୨୨/୮(କ.ଵ୍ୟୁ) (ପ୍ରଶାନ୍ତ ଜେନାଙ୍କ ରିପୋର୍ଟ) ଯାଜପୁର ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ବଡ଼ଚଣା ମଝିପଡା ପଞ୍ଚାୟତ ଓ ଚାରି ନଙ୍ଗଳ ପଞ୍ଚାୟତ ର ବିଭିନ୍ନ

ୱାର୍ଡରେ ଚୁଡା, ଚିନି, ବିସ୍କୁଟ, ମହମବତୀ, ଡିଆସିଲି, ଆଳୁ, ବ୍ଲିଚିଙ୍ଗ ପାଉଡର ଆଦି ବଣ୍ଟନ କରାଯାଇଛି।  ଅନୁଷ୍ଠାନର ମୁଖ୍ୟ ଅନିଲ କୁମାର ଦାସଙ୍କ ନେତୃତ୍ୱରେ  ବରିଷ୍ଠ ସମାଜସେବୀ ରାମଚନ୍ଦ୍ର ଶୁକ୍ଳ, ସଂପାଦିକା ଅରୁଣୀ ନନ୍ଦ, କାର୍ଯ୍ୟକାରୀ ସଭାପତି ଗାୟତ୍ରୀ ରାଉତ,ସାମାଜିକ କର୍ମୀ ଅମରେଶ ଭୁଇଁୟା,  ବିନୋଦ ରଥ,ସ୍ବେଛାସେବୀ ଅନିଲ ପାତ୍ର, ସଂଜୀବ ସାମଲ, ସୁକାନ୍ତ ସିଂହ, ପ୍ରଦୀପ ଜେନା, ରଶ୍ମିତା ଓଝା,ଶର୍ମିଷ୍ଠା ଜେନା,ସରସ୍ବତୀ ସିଂହ, ଶେଶାବ୍ଦୀ ସାମନ୍ତରାୟ, ଜସ୍ମିତା ରାଉତ, ସତ୍ୟବାନ ମହାପାତ୍ର ପ୍ରମୁଖ ଜଳ ଘେରରେ ରହିଥିବା ପ୍ରତ୍ୟେକ ଗ୍ରାମର ସାହି ସାହି ବୁଲି ଅସହାୟ ଲୋକ ମାନଙ୍କୁ ରିଲିଫ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ପ୍ରଥମେ ବଡ଼ଚଣାରୁ ଆରମ୍ଭ ହେଇଚି ଯାଜପୁର ଜିଲ୍ଲାର ଯେଉଁ ସବୁ ଅଞ୍ଚଳ ଜଳବନ୍ଦୀ ହୋଇ ରହିଛି ପାଣି ନ ଛାଡିବା ପର୍ଯ୍ୟନ୍ତ ଉଦୀୟମାନ ପରିବାର ସମସ୍ତ ଙ୍କ ପାଖରେ ଶୁଖିଲା ଖାଦ୍ୟ ପହଞ୍ଚାଇବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *