ଆଶିଶ ରଂଜନ ଚୌଧୁରୀ ଜିଲ୍ଲା ଯୁବ ବିଜେଡ଼ି ସଭାପତି ନିଯୁକ୍ତ

ଚଣ୍ଡିଖୋଲ ୨୩/୮(କ.ଵ୍ୟୁ)(ପ୍ରଶାନ୍ତ ଜେନାଙ୍କ ରିପୋର୍ଟ) ବଡଚଣା ବ୍ଲକ୍ ଅନ୍ତର୍ଗତ ରାଧାଦେଇପୁର ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ତଥା ରାଜ୍ୟ ଯୁବ ବିଜେଡ଼ି ସମ୍ପାଦକ ଆଶିଷ ରଂଜନ ଚୌଧୁରୀ ଙ୍କୁ ରାଜ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯାଜପୁର ଜିଲ୍ଲା ଯୁବ ବିଜେଡ଼ି ସଭାପତି ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ଫଳରେ ଯାଜପୁର ଜିଲ୍ଲା ଯୁବ ବିଜେଡ଼ି କର୍ମୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଜଣେ ଦକ୍ଷ ସଂଗଠକ ଭାବରେ ସମଗ୍ର ଜିଲ୍ଲାରେ ପରିଚିତ ଶ୍ରୀ ଚୌଧୁରୀ ଙ୍କ ନୂତନ ନିଯୁକ୍ତି ପାଇଁ ବଡଚଣା ବିଜେଡି ନେତା କ୍ୟାପଟେନ ରାଜ୍ ନାରାୟଣ ମହାପାତ୍ର, ଜିଲ୍ଲା ସଭାପତି ସରୋଜ କୁମାର ମହାପାତ୍ର,ବଡଚଣା ବ୍ଲକ୍ ବିଜେଡି ସଭାପତି ତାପସ ରାୟ, ଜିଲ୍ଲା ସଂପାଦକ ସଂଜୟ କୁମାର ସ୍ଵାଇଁ , ସଂଖ୍ୟାଲଘୁ ସେଲ୍ ର ସୁଲତାନ ଶୈଫୁଲା ପ୍ରମୁଖ ଶୁଭେଛା ଓ  ଅଭିନନ୍ଦନ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *