ସାମ୍ବାଦିକ ପ୍ରହଲ୍ଲାଦ ରାଉତ ଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧଉତ୍ସବ

ଚଣ୍ଡିଖୋଲ, ୨୨/୮( କ ବ୍ୟୁ)ବଡଚଣା ବ୍ଲକ୍ ଅନ୍ତର୍ଗତ ସୁଙ୍ଗୁଡା ଗ୍ରାମର ବରିଷ୍ଟ ସାମ୍ବାଦିକ ସ୍ବର୍ଗତ ପ୍ରହଲ୍ଲାଦ ରାଉତ ଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉତ୍ସବ ନିଜ ବାସଭବନରେ ପାଳିତ ହୋଇଯାଇଛି। ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ବର୍ଗତ ରାଉତ ଙ୍କ ସତ୍ୟନିଷ୍ଠ ନିର୍ଭୀକ ନିରପେକ୍ଷ ସମ୍ବାଦ ପରିବେଷଣ କରି ବଡଚଣା ବ୍ଲକ୍ ରେ ପରିଚିତ ଥିଲେ। ସେ ଜଣେ ପରୋପକାରୀ ମିଷ୍ଟଭାଷ। ବନ୍ଧୁବତ୍ସଳ,ମେଳାପି,ଅନୁଷ୍ଠାନ ପ୍ରେମି ବ୍ୟକ୍ତି ଭାବରେ ପରିଚିତ ଥିଲେ। ବହୁ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡିତ ରାହିବା ଜଣେ ପ୍ରତିଷ୍ଠିତ କଳାକାର ଭାବରେ ପରିଚିତ ଥିଲେ ବୋଲି ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ବର୍ଗତ ପ୍ରହଲ୍ଲାଦ ରାଉତ ଙ୍କ ଗୁଣ ଗାନ କରିବା ସହିତ ସ୍ମୃତି ଚାରଣ କରିଥିଲେ। ଏହି ଅବସରରେ ମା ତାରିଣୀ ଦୃଷ୍ଟିହୀନ ଭଜନ ସନ୍ଧ୍ୟା କଳାକାର ମାନେ ଭଜନ ପରିବେଷଣ କରିଥିଲେ। ସ୍ବର୍ଗତ ପ୍ରହଲ୍ଲାଦ ରାଉତ ଙ୍କ ଏକମାତ୍ର ପୁତ୍ରପ୍ରଭାତ କୁମାର ରାଉତ ଅତିଥି ମାନଙ୍କୁ ସ୍ୱାଗତ କରିବା ସହିତ ଆପ୍ୟାୟିତ କରିଥିଲେ।

Leave a Reply

Your email address will not be published. Required fields are marked *