ରସୁଲପୁର : ବନ୍ୟାରେ ଯେତେବେଳେ ଘରଦ୍ୱାର ଜଳମଗ୍ନ, ଜୀବନଯାପନ କଷ୍ଟକର, ସେତେବେଳେ ସହାୟତାର ହାତ ନେଇ ବିପନ୍ନଙ୍କ ପାଖରେ ପହଞ୍ଚିଛି ରସୁଲପୁର ବ୍ଲକ୍ ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରମୋଦ ପତି ଫାଉଣ୍ଡେସନ।
ବନ୍ୟା ପରିସ୍ଥିତିରେ ଦଶରଥପୁର ବ୍ଲକ୍ର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବିପନ୍ନ ପରିବାରଙ୍କ ସ୍ଥିତି ବୁଝିବା ସହ ଭୋଟକା, ବଣ୍ଟରା, ରାଜେନ୍ଦ୍ରପୁର, ବନ୍ଧଡିହ, ବ୍ରହ୍ମବରଦା ଆଦି ଅଞ୍ଚଳରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା।
ଏହି ସେବା କାର୍ଯ୍ୟରେ ଫାଉଣ୍ଡେସନର ସଚିବ ଦିବ୍ୟଜ୍ୟୋତି ପତିଙ୍କ ତତ୍ତ୍ୱାବଧାନରେ ଟ୍ରଷ୍ଟର ସଦସ୍ୟମାନେ ସାମିଲ ହୋଇଥିଲେ। ସହାୟତା କେବଳ ଖାଦ୍ୟ ପହଞ୍ଚାଇବା ନୁହେଁ, ବରଂ ଦୁର୍ଦ୍ଦିନରେ ବିପନ୍ନଙ୍କୁ ଏହି ଭରସା ଦେବା—“ଆପଣମାନେ ଏକା ନୁହଁନ୍ତି, ଆମେ ଆପଣଙ୍କ ସାଥୀ।”
ସମାଜସେବାକୁ ନିଜର ଦାୟିତ୍ୱ ଭାବେ ଗ୍ରହଣ କରି ଆବଶ୍ୟକ ସମୟରେ ଲୋକଙ୍କ ପାଖରେ ପହଞ୍ଚିବା ହିଁ ଫାଉଣ୍ଡେସନର ମୂଳ ଲକ୍ଷ୍ୟ।
❤️ ମଣିଷ ପାଇଁ ମଣିଷ — ଏହି ଭାବନା ହିଁ ପ୍ରମୋଦ ପତି ଫାଉଣ୍ଡେସନର ପରିଚୟ।