ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା


ରାଜଗାଙ୍ଗପୁର : ରାଜଗାଙ୍ଗପୁର ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା କରାଯାଇଅଛି l ଏହି ପଦଯାତ୍ରାରେ ରାଜଗାଙ୍ଗପୁର ପୂର୍ବତନ ବିଧାୟକ ତଥା ପୂର୍ବତନ ରାଜ୍ୟସଚିବ ମଙ୍ଗଳା କିଷାନ ସୁନ୍ଦରଗଡ଼ ଜିଲ୍ଲା ବିଜେଡି ସଭାପତି ଯୋଗେଶ କୁମାର ସିଂ ଯୋଗ ଦେଇ ଥିଲେ l ଟାଉନ ସଭାପତି ସୃଶ୍ରିତା ପାଇକରାୟଙ୍କ ନେତୃତ୍ୱରେ ଏହି ଜନସମ୍ପର୍କ ପଦଯାତ୍ରାରେ ପ୍ରଥମେ ବିଜୁ ପଟ୍ଟନାୟକ ଛକ ନିକଟରେ ସ୍ଥାପିତ ଓଡିଶାର ବରପୁତ୍ର ବିଜୁ ବାବୁଙ୍କ ପ୍ରତୀମୃର୍ତ୍ତିରେ ମାଲ୍ୟାର୍ପଣ ପ୍ରଦାନ କରି ଲିପଲୋଇ ସ୍ଥିତ ବୀର ଶହୀଦ ପ୍ରଦୀପ କୁମାର ପଣ୍ଡାଙ୍କ ପ୍ରର୍ତିମୃର୍ତ୍ତିରେ ମାଲ୍ୟାର୍ପଣ ପ୍ରଦାନ କରି ରାଜଗାଙ୍ଗପୁର ସ୍ଥିତ ବାଣ୍ଠୁପଡା ଛକ ନିକଟରୁ ଶତାଧିକ କର୍ମୀଙ୍କୁ ନେଇ ଏକ ଶୋଭାଯାତ୍ରାରେ ବସଷ୍ଟାଣ୍ଡ ନିକଟସ୍ଥିତ କମ୍ୟୁନିଟ ସେଣ୍ଡର ଠାରେ ପହଞ୍ଚିବା ପରେ ସେଠାରେ କର୍ମୀ ସମ୍ମିଳନୀର ଆୟୋଜନ କରାଯାଇଥିଲା l ଏହି କର୍ମୀ ସମ୍ମିଳନୀରେ ଜିଲ୍ଲା ସଭାପତି ଯୋଗେଶ କୁମାର ସିଂଙ୍କ ସଭାପତିତ୍ୱରେ ପୂର୍ବତନ ରାଜ୍ୟ ମନ୍ତ୍ରୀ ମଙ୍ଗଳା କିଷାନ ଟାଉନ ସଭାନେତ୍ରୀ ସୁଶ୍ରୀତା ପାଇକରାୟ,ବରିଷ୍ଠ ବିଜେଡି କର୍ମୀ ଜିତେନ୍ଦ୍ର କୁମାର ଦାସ, ବସନ୍ତ କୁମାର ଟପ୍ପୋ, ରାମଚନ୍ଦ୍ର କଉଜୁର, ପୂର୍ବତନ ଟାଉନ ସଭାପତି ରାଜେନ୍ଦ୍ର କୁମାର ଲେଙ୍କା, ଉପନଗରପାଳ ଏମଡି ଇରଫାନ ଅମରେଶ ପଣ୍ଡା ପ୍ରମୁଖ ସଂଗଠନ ଉପରେ ନିଜ ନିଜର ମତବ୍ୟକ୍ତ କରିଥିଲେ l ପୌର ପରିଷଦର ବିଜେଡି କାଉସିଲର ସହ ବହୁ ସଂଖ୍ୟାରେ ମହିଳାକର୍ମୀ ଯୋଗ ଦେଇ ଥିବା ଦେଖାଯାଇଥିଲା l

ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *