ମୁରାସୁ



ଆସୁଛି ମୁରାସୁ ବାତ୍ୟା ରୂପ ଧରି
ପ୍ରକୃତି ଲୀଳା ତାଣ୍ଡବ
ନିଶ୍ଚିତ ଘଟିବ ଅଞ୍ଚଳ ବ୍ୟାପକ
କ୍ଷୟ ଜନତା ଗୈ।ରବ।
ବରଷା ଯେମିତି ପବନ ସେମିତି
ହବ ଜଳ ମଗ୍ନ ବସ୍ତି
ଉଡିବ ଛପର ପାହାଡ଼ ଧସିବ
ପଥ ଅବରୋଧ ଶାସ୍ତି।
ଗମନାଗମନ ହବ ଅସୁବିଧା
ତ୍ରାହି ତ୍ରାହି ଡାକେ ଜନ
ଉଦ୍ଧାର ହେପ୍ରଭୁ ତବ ପାଦ ତଳେ
କରୁଛି କୋଟି ପ୍ରଣାମ।
ମୁରାସୁ ବାତ୍ୟାର ପ୍ରକୃତି ତାଣ୍ଡବ
କରୁଛି ନୂତନ ଖେଳ
ମାନବ ସମାଜ ଧର୍ଯ୍ୟ ଧରି ମାଗେ
ଶାହା ମହାବାହୁ ବଳ।
ବିଜୁଳି ମାରିବ ଘଡଘଡି ରଡ଼ି
ଛାନିଆ ହୋଲଣି ଜନ
ଭରସା କରୁଛି ଏ ମାନଗୋବିନ୍ଦ
ଜଗତେ ରହୁ ଜୀବନ।

(ମାନଗୋବିନ୍ଦ ସ୍ବାଇଁ)
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Leave a Reply

Your email address will not be published. Required fields are marked *