
କଟକ : ତିନି ଦଶନ୍ଧି ଧରି ଉର୍ଧ୍ଵ ସମୟ ଧରି କାର୍ଯ୍ୟ କରୁଥିଲେ ମଧ୍ୟ ଦିନ ମଜୁରିଆ ଠାରୁ ବି ପ୍ରାପ୍ୟ କମ ରହିଛି..
ଦିନିକିଆ ହିସାବ ରେ କାମ କଲେ ମଧ୍ୟ ଦିନକୁ 472/- ଟଙ୍କା ଦିନକୁ ପାଉଛନ୍ତି, ଉଚିତ ପ୍ରାପ୍ୟ ନ ପାଇଁ ବର୍ତ୍ତମାନ ର ସମୟରେ ନିଜ ପରିବାର ଚଳାଇବାକୁ ସମର୍ଥ ହେଉ ନାହାନ୍ତି, ପୂର୍ବ ସରକାର ସମୟରେ ମଧ୍ୟ ଏହି କର୍ମଚାରୀ ମାନଙ୍କ ଦୁଃଖ ଦୂର ହୋଇ ପାରିଲା ନାହିଁ, ଏବେ ବିଶ୍ୱାସ ଅଛି ବର୍ତ୍ତମାନ ର ଲୋକଙ୍କ ସରକାର ହୁଏତ ଏମାନଙ୍କ ଦୁଃଖ ବୁଝିବ..ଓଡ଼ିଶାର ବିଭିନ୍ନ ସରକାରୀ ଆୟୁଷ ଚିକିତ୍ସାଳୟ ଓ ଡ଼ିସପେନସରୀ ରେ ଦୀର୍ଘଦିନ ଧରି କାର୍ଯ୍ୟରତ ସାମୟିକ ଝାଡୁଦାର ଓ ରାତ୍ର ଜଗୁଆଳି ମାନଙ୍କ ବିଭିନ୍ନ ସମସ୍ୟା ଆଜି ପର୍ଯ୍ୟନ୍ତ ଦୂର ହୋଇ ପାରି ନାହିଁ, ସ୍ୱଳ୍ପ ବେତନ ସହ ସେମାନଙ୍କ ସ୍ୱାସ୍ଥ୍ୟଗତ ସୁରକ୍ଷା,ଭବିଷ୍ୟତ କାର୍ଯ୍ୟପନ୍ଥା ଆଜି ବି ଅନିର୍ଦ୍ଧିଷ୍ଟ ଭାବରେ ଅଛି, ତେଣୁ ଆଜି ଜଗତପୁର ଠାରେ ଏକାଠି ହୋଇ ସରକାର ଙ୍କୁ ନିଜ ଦୁଃଖ ଦୁର୍ଦଶା ବିଷୟରେ ଅବଗତ କରାଇଛନ୍ତି