ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟର କୁଳପତିଙ୍କୁ ସମ୍ବଦ୍ଧନା

କଟକ, : ନିଖିଳ ଓଡ଼ିଶା ବୁଦ୍ଧିଜୀବୀ ଫୋରମ୍ ପକ୍ଷରୁ ଫୋରମ୍‌ର ଉପସଭାପତି – ଶ୍ରୀ ତାପସ କୁମାର ଦ୍ବିବେଦୀଙ୍କ ଅଧ୍ୟକ୍ଷତାରେ କଟକ, ମଧୁସୂଦନ ଆଇନ ବିଶ୍ଵବିଦ୍ୟାଳୟର କୁଳପତି ଶ୍ରୀଯୁକ୍ତ ଶିବରାମ ତ୍ରିପାଠୀଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇଛି ।

ଉକ୍ତ ସମ୍ବଦ୍ଧନା କାର୍ଯ୍ୟକ୍ରମରେ ଆଇନଜୀବୀ ସର୍ବଶ୍ରୀ ନିରଞ୍ଜନ ସ୍ୱାଇଁ, ଗିରିଧାରୀ ରାଉତ ପ୍ରମୁଖ ଉପସ୍ଥିତ ରହି ସମ୍ବଦ୍ଧନା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏତତ୍ ସହିତ ମଧୁସୂଦନ ଆଇନ ବିଶ୍ଵବିଦ୍ୟାଳୟର ବିଭିନ୍ନ ସମସ୍ୟା ଯଥା— ମିଟିଂ ପାଇଁ ବଡ଼ ଅଡିଟୋରିୟମ୍ ହଲ୍ ଓ ଛାତ୍ରଛାତ୍ରୀମାନଙ୍କ ନାମ ଲେଖାଇବା ପାଇଁ ଅଧିକ ସଂଖ୍ୟକ ସିଟ୍ ବଢ଼ାଇବା ଇତ୍ୟାଦି ଆଲୋଚନା ହୋଇଥିଲା । ଏଥିରେ କୁଳପତି ଶ୍ରୀଯୁକ୍ତ ତ୍ରିପାଠୀ ସମସ୍ୟାପ୍ରତି ଅବଗତ ହେବା ସହିତ ଆଗାମୀ ଦିନରେ ସମସ୍ୟାଗୁଡ଼ିକୁ ସୁଧାରିବାରେ ସହାୟତା କରିବା ପାଇଁ ସହମତି ପ୍ରଦାନ କରିଥିଲେ

Leave a Reply

Your email address will not be published. Required fields are marked *