ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଉଜ୍ଜାପିତ

ଚଣ୍ଡିଖୋଲ ୨୦/୮(କ.ଵ୍ୟୁ) (ପ୍ରଶାନ୍ତ ଜେନାଙ୍କ ରିପୋର୍ଟ)

 ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ରାମଦାସପୁର ଗ୍ରାମରେ ଶ୍ରୀ ଶ୍ରୀ ସିଦ୍ଧ ମହାପୁରୁଷ ପାଠାଗାର,ପଥରନାସି, ରଇପୁର ଆନୁକୂଲ୍ୟରେ ହର୍ ଘର୍ ତ୍ରିରଙ୍ଗା ୨୦୨୬ କାର୍ଯ୍ୟକ୍ରମର ଉଦ୍ ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଅଛି। ଏହାକୁ ଅତିଥି ଭାବେ ରାଜ୍ୟସ୍ତରରେ ପ୍ରତିଷ୍ଠିତ ଶିକ୍ଷକ ତଥା ଯୋଗ ପ୍ରଶିକ୍ଷକ ମୀନକେତନ ସାହୁ , ବର୍ଷୀୟାନ ସମାଜସେବୀ ବସନ୍ତ କୁମାର ସ୍ବାଇଁ, ଯୁବ ସମାଜସେବୀ ବିମଳ ସେନାପତି,ଶିକ୍ଷାବିତ୍ ବଟକୃଷ୍ଣ ସ୍ବାଇଁ,ସମାଜସେବୀ ମାନଗୋବିନ୍ଦ ସେନାପତି, ବିଚିତ୍ର କୁମାର ପଣ୍ଡା, ବଳରାମ ସେନାପତି, ସବିତା ପଣ୍ଡା , ପ୍ରଦୀପ କୁମାର ଦାଶ ପ୍ରମୁଖ ପତାକା ହଲାଇ ଶୁଭାରମ୍ଭ କରିଥିଲେ। ଆଖ ପାଖ ଗ୍ରାମର ବହୁ ଉତ୍ସାହୀ ଛାତ୍ର ଛାତ୍ରୀ , ଯୁବକ ଯୁବତୀ ଓ ଗ୍ରାମବାସୀ  ଏହି ଶୋଭାଯାତ୍ରାରେ ସାମିଲ୍ ହୋଇ ତ୍ରିରଙ୍ଗା ପତାକା ଓ ଭାରତ ମାତାର ଜୟ ଜୟକାର ନାରା ଦେଇ ତ୍ରିରଙ୍ଗା ଯାତ୍ରା ରାମଦାସପୁର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରୁ ବାହାରିଥିଲେ।ସଂପୂର୍ଣ୍ଣ ଗ୍ରାମ ପରିକ୍ରମା କରିବା ପରେ ମା’କାଳ ଦାଣ୍ଡରେ ପହଞ୍ଚି ଥିଲା ଏହି ପବିତ୍ର ତ୍ରିରଙ୍ଗା ଯାତ୍ରା। ପରେ ପାଠାଗାରର ପ୍ରତିଷ୍ଠାତା ସଦସ୍ୟ ବିଜୟ କୁମାର ଜେନାଙ୍କ ସଭାପତିତ୍ବରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ପାଠାଗାରର ମୁଖ୍ୟ ସଂଯୋଜକ ଭୂପେଶ୍ କୁମାର ସେନାପତି ଜାତୀୟ ଜୀବନରେ ପାଠାଗାରର ଭୂମିକା ଓ କାର୍ଯ୍ୟସୂଚୀର ସଂକ୍ଷିପ୍ତ ସୂଚନା ପ୍ରଦାନ କରିବା ସହ ସମସ୍ତ ଜନସାଧାରଣ ଏହି ପାଠାଗାର ବିପ୍ଲବରେ ବହୁ ସଂଖ୍ୟାରେ ଯୋଗ ଦେବାକୁ ଆହ୍ବାନ ଦେଇଥିଲେ। ପରେ ପାଠାଗାରର ସଂପାଦକ ବିଶିଷ୍ଟ କବି ଓ ଶିକ୍ଷାବିତ୍ ହିମାଂଶୁ ଭୂଷଣ ଜେନା ପାଠାଗାରର ସମସ୍ତ କାର୍ଯ୍ୟକ୍ରମ ପ୍ରଭାବୀ ଶୈଳୀରେ ଛାତ୍ର ଛାତ୍ରୀଙ୍କ ଦେଶାତ୍ମବୋଧର ବିକାଶ ଓ ବିସ୍ତାର ନିମନ୍ତେ ସମର୍ପିତ ବୋଲି ଘୋଷଣା କରିଥିଲେ। ତ୍ରିରଙ୍ଗା ଯାତ୍ରାରେ ସାମିଲ୍ ହୋଇଥିବା ସମସ୍ତ ଛାତ୍ର ଛାତ୍ରୀଙ୍କୁ ପ୍ରଶଂସା ପତ୍ର ଓ ମିଷ୍ଟାନ୍ନ ବଣ୍ଟନ କରଯାଇଥିଲା। ଏହି ଅବସରରେ ସମାଜସେବୀ ହରିଶ୍ଚନ୍ଦ୍ର ମହାପାତ୍ର, କିଶୋର ଚନ୍ଦ୍ର ସେନାପତି, ଶ୍ରୀଧର ସେନାପତି, ବଟକୃଷ୍ଣ ସେନାପତି, ରାଜକିଶୋର ସ୍ଵାଇଁ, କ୍ଷେତ୍ରବାସୀ ବାରିକ, କେଦାର ଚରଣ ବାରିକ, ରୁଦ୍ର ପ୍ରସାଦ ବାରିକ, ରବିନାରାୟଣ ପଣ୍ଡା, ରତ୍ନାକର ଦାଶ, ବିଜୟ ମହାପାତ୍ର, ଧନେଶ୍ଵର ସେନାପତି, ବାଇଧର ସେନାପତି, ନଟବର ସ୍ଵାଇଁ, ମଦନ ମୋହନ ସେନାପତି, ବିଜୟ ସେନାପତି, ପରମାନନ୍ଦ ସେନାପତି ପ୍ରମୁଖଙ୍କୁ ପ୍ରଶସ୍ତି ପତ୍ର ଓ ଉପଢୋକନ ଦେଇ ପାଠାଗାର ତରଫରୁ ସମ୍ବର୍ଦ୍ଧିତ କରଯାଇଥିଲା। ପରି ଶେଷରେ ରଇପୁର ସରକାରୀ ଉଚ୍ଚ ବିଦ୍ୟାଳୟର ପଞ୍ଚସଖା ଶିକ୍ଷା ସେତୁର ସଭାପତି ଉମେଶ ଚନ୍ଦ୍ର ସେନାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାମଦାସପୁର ଗ୍ରାମବାସୀ ଅତି ଆଗ୍ରହର ସହ ସାମିଲ୍ ହୋଇ ସହଯୋଗ କରିଥିଲେ । ପାଠାଗାରର  ଦେଶାତ୍ମବୋଧ ଜାଗ୍ରତ ନିମନ୍ତେ ଏହି ମହତ କାର୍ଯ୍ୟକ୍ରମ ଜନସାଧାରଣରେ ବେଶ ପ୍ରଶଂସିତ ହୋଇଛି।

Leave a Reply

Your email address will not be published. Required fields are marked *