ଅଧ୍ୟାପକ ଗଗନ ବିହାରୀ ମିଶ୍ର ଙ୍କ ପି,ଏଚ୍,ଡି ଲାଭ

ଚଣ୍ଡିଖୋଲ ୧୯/୮(କ ବ୍ୟୁ)ବିଜ୍ଞପ୍ତି ସଂଖ୍ୟା ୩୦୫୬, ତା ୫/୮/୨୦୨୬ ଅନୁସାରେ ଗଗନ ବିହାରୀ ମିଶ୍ର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ଵବିଦ୍ୟାଳୟ ବାରିପଦା ମୟୂରଭଞ୍ଜ ରୁ ଶିକ୍ଷାରେ ସମ୍ମାନଜନକ ପି,ଏଚ୍, ଡି (ଡକ୍ଟରେଟ୍) ଲାଭ କରିଛନ୍ତି।ଡକ୍ତର ଗଗନ ବିହାରୀ ମିଶ୍ର ସରକାରୀ ମହିଳା ମହାବିଦ୍ୟାଳୟ ବାରିପଦା ମୟୂରଭଞ୍ଜ ର ପୂର୍ବତନ ଅଧ୍ୟକ୍ଷ ଡଃ କୈଳାସ ଚନ୍ଦ୍ର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ “SKILL DEVELOPMENT IN HIGHER EDUCATION ENHANCING-SOCIO- ECONOMIC-STATUS OF TRIBAL STUDENTS”ଶୀର୍ଷକ ଉପରେ ଗବେଷଣା କରି ଡକ୍ଟରେଟ୍ ଉପାଧି ଲାଭ କରିଛନ୍ତି। ତାଙ୍କ ଦ୍ବାରା ପ୍ରସ୍ତୁତ ଏହି ସନ୍ଦର୍ଭ ଟିକୁ ପ୍ରଫେସର୍ ଡକ୍ତର ପ୍ରମୋଦ କୁମାର ନାୟକ ସି, ଭି,ରମଣ ବିଶ୍ଵବିଦ୍ୟାଳୟ ଖଣ୍ଡୱା ମଧ୍ୟପ୍ରଦେଶ (former v,c,AISECT university Hazaribag jharkhand) ଙ୍କ ଦ୍ଵାରା ପରିକ୍ଷିତ ଏବଂ ଉଚ୍ଚ ପ୍ରଶଂସିତ ହୋଇଛି।ଅଧ୍ୟାପକ ଗଗନ ବିହାରୀ ମିଶ୍ର ଢେଙ୍କାନାଳ ଜିଲ୍ଲା ଗଅନ୍ଦିଆ ବ୍ଲକ୍ ଖଣ୍ଡବନ୍ଧ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୁରୁଣା ଅମାଙ୍ଗ ଗ୍ରାମର ଶ୍ରୀଯୁକ୍ତ ଚକ୍ରଧର ମିଶ୍ର ଓ ସୁକାନ୍ତି ମିଶ୍ର ଙ୍କ କନିଷ୍ଠ ପୁତ୍ର ଅଟନ୍ତି। ବର୍ତ୍ତମାନ ସେ ମୁକୁନ୍ଦପାତ୍ର ଡ଼ିଗ୍ରୀ ମହାବିଦ୍ୟାଳୟ ବଳରାମପୁର ଯାଜପୁର ରେ ଅଧ୍ୟାପକ ରୂପେ କାର୍ଯ୍ୟରତ। ତାଙ୍କର ଏହି ସଫଳତା ନିମନ୍ତେ ସେ ପ୍ରଭୁ ଜଗତର ନାଥ ଜଗନ୍ନାଥ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସହକର୍ମୀ, ବନ୍ଧୁ, ପରିବାର ବର୍ଗ, ମାର୍ଗଦର୍ଶକ ତଥା ଶୁଭେଚ୍ଛୁ ମାନଙ୍କୁ ତାଙ୍କର ଏହି ସଫଳତା ପାଇଁ ଧନ୍ୟବାଦ୍ ଅର୍ପଣ କରିଛନ୍ତି।

Leave a Reply

Your email address will not be published. Required fields are marked *