

ପାରାଦୀପ : ପାରାଦୀପ ସାରା ଭାରତ ବର୍ଷରେ ୮୦ ତମ ସ୍ଵାଧୀନତା ଦିବସ ପାଳନ କରାଯାଉ ଥିବା ବେଳେ ପାରାଦୀପ ପୋର୍ଟ ଅଥରଟି ପକ୍ଷରୁ ଏହି ୮୦ ତମ୍ ସ୍ଵାଧୀନତା ଦିବସ ପାରାଦୀପ ଗୋପବନ୍ଧୁ ଷ୍ଟାଡିୟମ୍ ପରିସରର ମହା ସମାରୋହରେ ପାଳନ କରିଥିବା ଦେଖିବାକୁ ମିଳିଛି l ଏଥିରେ ମୁଖ୍ୟ ଅତିଥି ଭାବେ ପାରାଦୀପ ପୋର୍ଟ ଅଥରଟି ର ଅଧ୍ୟକ୍ଷ ପି ଏଲ ହରନାଦ ଯୋଗ ଦେଇ ପତାକା ଉତ୍ତୋଳନ କରିଥିବା ବେଳେ ଏହି କାର୍ଯ୍ୟ କ୍ରମ ରେ ପାରାଦୀପ ପୋର୍ଟ ଟ୍ରଷ୍ଟ ହାଇସ୍କୁଲ ସ୍କୁଲ୍, ପିଏମଶ୍ରୀ ଏନସି ହାଇ ସ୍କୁଲ, ଏନସି ଗାଲସ ହାଇସ୍କୁଲ, ପାରାଦୀପ କେନ୍ଦ୍ରୀୟ ବିଦ୍ୟାଳୟ, ବେଥାନି କମ୍ଭେଷ୍ଟ ହାଇସ୍ଛିଲ, ଭି ପଏଣ୍ଟ କେଜିସ୍କୁଲ୍, ସରସ୍ଵିତି ଶିଶୁ ବିଦ୍ୟା ମନ୍ଦିରସ୍କୁଲ୍, ନବ ପ୍ରଭାତ ଶିଶୁ ବିଦ୍ୟା ମନ୍ଦିର, ଗଣପତି ଶିଶୁ ବିଦ୍ୟା ମନ୍ଦିର ଓ ବିଭିନ୍ନ ସ୍କୁଲର ପିଲାମାନେ ପ୍ୟାରେଡ ରେ ଭାଗନେଇ ନେଇ ଥିବା ଦେଖିବାକୁ ମିଳିଥିଲା l ଏଥିରେ ପାରାଦୀପ ପୋର୍ଟ ସିଆଇ ଏସଏଫ ପାରାଦୀପ ପୋର୍ଟ ର ବିଭିନ୍ନ ସଂସ୍ଥା ମାନେ ଯୋଗ ଦେଇ ଥିବା ଦେଖା ଯାଇଥିଲା l ଏଥିରେ ପାରାଦୀପ ପୋର୍ଟ ଅଧ୍ୟକ୍ଷ ଏକ ସୁସଜ୍ଜିତ ଗାଡ଼ିରେ ପ୍ୟାରେଡ କରିଥିବା ଦେଖିବାକୁ ମିଳିଥିଲା l ଏଥିସହ ପାରାଦୀପ ଇଫକୋ ୟୁନିଟ ତରଫରୁ ୮୦ ତମସ୍ଵାଧୀନତା ଦିବସ ଇଫକୋ ନିଉ ଷ୍ଟାଡିୟମ୍ ପରିସରରେ ମହା ଆଡମ୍ବରରେ ପାଳନ କରାଯାଇ ଥିବା ବେଳେ ଏଥିରେ ଇଫକୋ ୟୁନିଟ୍ ହେଡ୍ ମୁଖ୍ୟ ଅତିଥି ଭାବେ ଯୋଗ ପତାକା ଉତ୍ତୋଳନ କରିଥିବା ଦେଖିବାକୁ ମିଳିଥିଲା l ଏଥିରେ ବହୁ ସ୍କୁଲ୍ ର ପିଲାମାନେ ଭାଗ ନେଇ ପ୍ୟାରେଡ ରେ ଅଂଶ ଗ୍ରହଣ କରିଥିବା ଦେଖା ଯାଇଥିଲା l ଏହି ସ୍ବାଧିନତା ଦିବସ କୁ ପାରାଦୀପ ରେ ଥିବା ବିଭିନ୍ନ ସଙ୍ଗଠନ ଓ ବିଭିନ୍ନ ସଂସ୍ଥା ମାନେ ନିଜ ନିଜ ଜାଗାରେ ମହା ଆଡମ୍ବରରେ ପାଳନ କରିଥିବା ଦେଖିବାକୁ ମିଳିଥିଲା l ପାରାଦୀପ ପୋର୍ଟ ପକ୍ଷରୁ ୮୦ ତମ ସ୍ଵାଧୀନତା ଦିବସ ପାଳନ କରାଯାଉ ଥିବା ବେଳେ ପ୍ୟାରେଡ ରେ ଭାଗନେଇ ଥିବା ବିଭିନ୍ନ ସ୍କୁଲର ପିଲା ମାନଙ୍କ ମଧ୍ୟରୁ ପିଏମ ଶ୍ରୀ ଏସିନ ହାଇସ୍କୁଲ ବାଳିକା ମାନେ ପ୍ରଥମ୍ ପୁରସ୍କାର ପାଉଥିବା ଦେଖିବାକୁ ମିଳିଥିଲା l ପାରାଦୀପ ରୁ ପୁରୁଷୋତ୍ତମ ଶତପଥୀ ଙ୍କ ରିପୋର୍ଟ୍