ନିଖୋଜ ହେବାର 43 ଘଣ୍ଟା ପରେ ଆମ୍ବଘାଟ ରୁ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ମୃତଦେହ ଉଦ୍ଧାର


ରାଜଗାଙ୍ଗପୁର (କ.ବ୍ୟୁ.) : ଗତ୍ ଶନିବାର ଦିନ ସନ୍ଧ୍ୟା ୬ ଘଟିକା ସମୟରେ ରାମାବାହାଲରୁ ନିଜ ବାଇକ ଯୋଗେ ନିଜ ଘର ଗାରିଆମାଲ ଫେରୁଥିବା ବେଳେ ୪୬ ବର୍ଷିୟ ବିଏସଏଫ ଜବାନ ସୁଶିଲ ତିଗା କେଶରାମାଳ ନକଟି ନାଲାରେ ଥିବା ପୋଲ ଉପରେ ତିବ୍ର ଜଳ ଶ୍ରୋତରେ ନିଜ ବାଇକ ସହ ଭାସି ନିଖୋଜ ହୋଇଯାଇଥିଲେ । ଆଜି ୪୩ ଘଣ୍ଟା ପରେ ଅପରାହ୍ନ ୩ ଘଟିକା ସମୟରେ ଜବାନଙ୍କ ମୃତ ଦେହ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ କମ୍ପାନୀ ର ପମ୍ପ ହାଉସ୍ କ୍ଷେତ୍ରରୁ ଉଦ୍ଧାର ହୋଇଛି। ଶବ ଉଦ୍ଧାର ହେବା ପରେ କେଶରାମାଲ ଓ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୁଶିଲ ତିଗା ର ଅକାଳ ମୃତ୍ୟୁକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ଏବଂ ଲୋକେ ବ୍ରିଜ ନିର୍ମାଣ କାମ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀ ମାନଙ୍କୁ ଏହି ଅଘଟଣ ପାଇଁ ଦାୟୀ କରୁଥିବା ବେଳେ ଡିସିବିଏଲ କମ୍ପାନୀର ଅସହଯୋଗ ନୀତିକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଶବ ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ ପୋଲିସ ପକ୍ଷରୁ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଜଗାଙ୍ଗପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି

(ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ )

Leave a Reply

Your email address will not be published. Required fields are marked *