ଜିଲ୍ଲା ସ୍ତରୀୟ 80ତମ ସ୍ବାଧିନତା ଦିବସ ପାଳନ, ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

କଟକ ୧୫.୦୮.୨୦୨୬ : ସାମ୍ପ୍ରତିକ ବିଷୟରେ ବାୟୁ ମଣ୍ଡଳର ଘନଘନ ପରିବର୍ତ୍ତନ ଯୋଗୁଁ କେଉଁଠି ଅଧିକ ବୃଷ୍ଟି ପାତ ଆଉ କେଉଁଠି ଅନାବୃଷ୍ଟି ଦେଖାଯାଇଛି। ଏହା କୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର ବୃଷ୍ଟିପାତ କୁ ଅନୁଧ୍ୟାନ କରି ଓଡ଼ିଶା ର ଉପକୂଳ ଅଞ୍ଚଳ ର ତଥା ଉଚ୍ଚ ସମ୍ପନ୍ନ ରାଡର୍ ଖଞ୍ଜା ଯିବ । ଏହା ଦ୍ୱାରା ରାଜ୍ୟ ବାସୀ ବୃଷ୍ଟି ସମ୍ପର୍କ ରେ ସୂଚନା ପାଇପାରିବେ। ଓଡ଼ିଶା ର ଚାରୋଟି ଜିଲ୍ଲା ରେ ଅଧିକ ବୃଷ୍ଟି ପାତ ହେଉଛି। ଯାହା ଫଳରେ ଚାଷୀ ଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତାର କ୍ଷୟ କ୍ଷତି ଘଟୁଛି। ତେଣୁ ରାଜ୍ୟ ସରକାର ବୃଷ୍ଟି ପାତ ସମ୍ପର୍କ ରେ ପୂର୍ବରୁ ସୂଚନା ପାଇଁ ଶକ୍ତିଶାଳୀ ରାଡର୍ ସ୍ଥାପନ କରିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସ୍ୱାଧୀନତା ର 80 ବର୍ଷ ପୂର୍ତ୍ତି ଅବସରରେ ଜାତୀୟ ପତାକା ଉତ୍ତୋଳନ କରି ପ୍ରକାଶ କରିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ଦିନ ବାରବାଟି ଷ୍ଟାଡିୟମ୍ ଥରେ ଜିଲ୍ଲା ସ୍ତରୀୟ 80ତମ ସ୍ବାଧିନତା ଦିବସ ପାଳନ କରାଯାଇଛି। ରାଜସ୍ୱ ମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରି ସମବେତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରି କହିଲେ ସ୍ୱାଧୀନତା ଦିବସ ଅବସରରେ କଟକ ବାସୀ ଙ୍କୁ ସ୍ୱାଧୀନତା ଦିବସ ର ଶୁଭେଚ୍ଛା ଓ ଅଭନନ୍ଦନ ଜଣାଇ କହିଲେ ଚାରି କୋଟି ରୁ ଉର୍ଦ୍ଧ୍ବ ରାଜ୍ୟ ବାସୀ ଙ୍କ ର ଗୋଟିଏ ମନ୍ତ୍ର ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ। 2047 ସୁଦ୍ଧା ଆମେ ବିକଶିତ ଭାରତ ନିର୍ମାଣ କରାଇବା। ଶ୍ରୀ ପୂଜାରୀ ଦେଶ ପାଇଁ ଆତ୍ମବଳୀ ଦେଇଥିବା ସଂଗ୍ରାମୀ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପୋଲିସ ବ୍ୟାଣ୍ଡ ଦ୍ୱାରା ବନ୍ଦେ ମାତରମ ଏବଂ ଜାତୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା।ବର୍ତ୍ତମାନ ବିକଶିତ ଓଡ଼ିଶା ଗଠିତ ହେବାକୁ ଯାଉଛି। 2036 ସୁଦ୍ଧା ବିକଶିତ ଓଡ଼ିଶା ଗଠିତ ହୋଇପାରିବ। ଏଥି ପାଇଁ ମୂଳଦୁଆ ପଡ଼ିଗଲାଣି। ଓଡ଼ିଶା ବିକଶିତ ପଥ ରେ ଆଗେଇ ଚାଲିଛି। କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ସବୁ କ୍ଷେତ୍ରରେ ପ୍ରଗତି ହେଉଛି। ରାଜ୍ୟ ସରକାର ବିଭିନ୍ନ ଜଣ କଲ୍ୟାଣ କାର୍ଯ୍ୟକ୍ରମ ଦ୍ରୁତ ଗତିରେ ଆଗେଇ ଚାଲିଛି। ସ୍ୱାଧୀନତା ଦିବସ ଅବସରରେ କେତେକ ସଂଗ୍ରାମୀ, ବିଶିଷ୍ଟ ବ୍ୟକ୍ତି, ସାମ୍ବାଦିକ ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏହା ବ୍ୟତୀତ ସ୍ୱାଧୀନତା ଦିବସ ଅବସରରେ ଅନୁଷ୍ଠିତ ହୋଇଥିବ ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ୟାରେଟ୍ ରେ ଶ୍ରେଷ୍ଟ ବିବେଚିତ ଦଳ କୁ ମୁଖ୍ୟଅତିଥି ପୁରସ୍କୃତ କରିଥିଲେ। କଟକ ଜିଲ୍ଲା ପାଳ ଦତ୍ତାତ୍ରେୟ ଭାଓସହେବ ଶିନ୍ଧେ, କମିଶନର କିରଣ ଦୀପ କୌର, ଡିସିପି ଋଷିକେଶ ଖିଲ୍ଲାରି ଏବଂ ଜିଲ୍ଲା ପ୍ରଶାସନ ର ବରିଷ୍ଟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ପ୍ୟାରେଡ୍ ଶେଷ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏନସିସି କ୍ୟାଡେଟ ସମେତ ବହୁ ଯୁବକ ଯୁବତୀ ମାନେ ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ କରିଥିଲେ। ପ୍ରାୟ 200 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର କୁ ଉଦ୍ଘାଟନ କରିଥିଲେ ଏହି କାର୍ଯ୍ୟକ୍ରମ ରେ ମେୟର ସୁବାସ ସିଂ, ଶ୍ରୀତମ ଦାସ ଏବଂ ଅନ୍ୟାନ୍ୟ ବରିଷ୍ଟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *