

କଟକ : ଓଡ଼ିଶା ହାଇକୋର୍ଟ ପକ୍ଷରୁ ଶନିବାର ଦିନ 80 ତମ ସ୍ୱାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ହାଇକୋର୍ଟ ର ମୁଖ୍ୟ ବିଚାରପତି ଡକ୍ଟର ହରିଶ ଟଣ୍ଡନ ଜାତୀୟ ପତାକା ଉତ୍ତୋଳନ କରି ସମବେତ ଅଭିନନ୍ଦନ ଗ୍ରହଣ କରିଥିଲେ। ପ୍ରଥମେ ବନ୍ଦେ ମାତରଂ ପରିବେଷଣ କରାଯିବା ପରେ ମୁଖ୍ୟ ବିଚାରପତି ଜଷ୍ଟିସ ଟଣ୍ଡନ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପୋଲିସ ବ୍ୟାଣ୍ଡ ପକ୍ଷରୁ ଜାତୀୟ ସଙ୍ଗୀତ ଏବଂ ବନ୍ଦେ ମାତରଂ ଉଭୟ ସଙ୍ଗୀତ ପରିବେଷଣ କରାଯାଇଥିଲା। ଓଡ଼ିଶା ହାଇକୋର୍ଟ ର ବିଚାରପତି ଗଣ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ, ବରିଷ୍ଠ କନିଷ୍ଠ ଆଇନଜୀବୀ ସମେତ ହାଇକୋର୍ଟ ର କର୍ମ ଚାରୀ ମାନେ ଉପସ୍ଥିତ ଥିଲେ।