ସମସ୍ତ ରାସ୍ତାଘାଟ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହେବ : ମେୟର

କଟକ : ଆସନ୍ତା ଗଣେଶ ପୂଜା ପୂର୍ବରୁ ସହରର ସମସ୍ତ ରାସ୍ତାଘାଟ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ମେୟର ସୁବାଷ ସିଂ ପ୍ରତିଶ୍ରୁତି ଦେଇଛନ୍ତି। ରସ୍ତା ମରାମତି ରେ ଯଦି କୌଣସି ତ୍ରୁଟି ରହିଲେ କର୍ପୋରେଟର୍ ମାନେ ମହାନଗର କର୍ତ୍ତୃପକ୍ଷ ଙ୍କୁ ଅବଗତ କରାଇବେ। ଆସନ୍ତା ଅଗଷ୍ଟ 31 ତାରିଖ ଦିନ ନିଗମ ପକ୍ଷରୁ ସ୍ୱାୟତ୍ତ ଶାସନର 150 ବର୍ଷ ପୂର୍ତ୍ତି ଉତ୍ସବ ବିଭିନ୍ନ କାଯ୍ୟକ୍ରମ ମାଧ୍ୟମରେ ପାଳନ କରାଯିବ। ତିନିଦିନ ଧରି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଓଡ଼ିଶାର ସର୍ବ ପ୍ରଥମ ସମ୍ବାଦ ପତ୍ର କଟକରୁ ପ୍ରକାଶିତ ଉତ୍କଳ ଦୀପିକା , ଓ ପ୍ରିଣ୍ଟିଙ୍ଗ ପ୍ରେସ କୁ ସ୍ମାରକୀ ଭାବରେ ଗ୍ରହଣ କରାଯିବ। ଏଥି ସହିତ ସ୍ୱାୟତ୍ତ ଶାସନ ଦିବସରେ କେତେକ ପ୍ରକଳ୍ପ ର ଉଦଘାଟନ ଆଉ କେତେକ ପ୍ରକଳ୍ପ ର ଶିଳାନ୍ୟାସ କରାଯିବ ବୋଲି ମେୟର ଶ୍ରୀ ସିଂ ବୈଠକରେ ସୂଚନା ଦେଇଥିଲେ। ମୁଖ୍ୟ ମନ୍ତ୍ରୀ ସହରାଞ୍ଚଳ ବିକାଶ ଯୋଜନାରେ କଟକରେ ଯେଉଁ ୱାର୍ଡ ରେ କେତେ ଟଙ୍କା ଖର୍ଚ୍ଚ କରାଯାଇଛି ତାହାର ହିସାବ ର ତଥ୍ୟ ଦେବାପାଇଁ କେତେକ କର୍ପୋରେଟର ଦାବି କରିଥିଲେ। ଏଥି ସହିତ ନିଗମ ର କେତେକ ଅଞ୍ଚଳରେ ଷ୍ଟ୍ରିଟ୍ ଲାଇଟ୍ ଜଳୁ ନଥିବାରୁ କର୍ପୋରେଟର ମାନେ ଅଭିଯୋଗ କରିଥିଲେ। ଏହି ଷ୍ଟ୍ରିଟ୍ ଲାଇଟ୍ କୁ ନେଇ ବୈଠକରେ ଉତେଜନା ପ୍ରକାଶ ପାଇଥିଲା। କେ ଏମ୍ ସି ର କମିଶନର କିରଣ ଦୀପ କୌର କର୍ପୋରେଟର ମାନଙ୍କର ବିଭିନ୍ନ ଅଭିଯୋଗ କୁ ଉତ୍ତର ରଖିଥିଲେ।ଆଜି କଟକ ମହାନଗର ନିଗମ ର 41 ତମ ସାଧାରଣ ଅଧିବେଶନ ମେୟର ସୁବାଷ ସିଂ ଙ୍କ ଅଧ୍ୟକ୍ଷତା ରେ ମହାନଗର ନିଗମ କାର୍ଯ୍ୟାଳୟ ବିଶ୍ୱନାଥ ପଣ୍ଡିତ ପ୍ରେଖଳୟରେ ଅନୁଷ୍ଠିତ ହେଇଥିଲା। ଅଧିବେଶନ ର ସମସ୍ତ ବିବରଣୀ ଉପସ୍ଥାପନ କରାଯାଇଥିଲା ।
ଅଧିବେଶନ ରେ ବିଭିନ୍ନ ସ୍ତାଣ୍ଡିଂ କମିଟି ଉପସ୍ଥାପନ କରିଥିଲେ। ଜୁନ୍ ମାସର ଆୟ ବୟ ରିପୋର୍ଟ ଉପସ୍ଥାପନ କରାଯାଇଥିଲା ନିଗମ ଅଞ୍ଚଳରେ ଲାଇଟ୍ ସଙ୍କଟ ଓ ତାହାର ନିରାକରଣ ଉପରେ ଆଲୋଚନା କରାଯାଇଥିଲା କେତେକ କର୍ପୋରେଟର୍ ମାନେ ସେମାନଙ୍କ ଅଞ୍ଚଳରେ କେତେକ ସମସ୍ୟା ରେ ମେୟରଙ୍କ ର ଦୃଷ୍ଟି ଆକର୍ଷଣ କରିଥିଲେ

Leave a Reply

Your email address will not be published. Required fields are marked *