ସିଙ୍ଗାରପଲ୍ଲୀ ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଚୋରି


ନୟାଗଡ : ଓଡ଼ଗାଁ ଥାନା ଅଧୀନରେ ଥିବା ସିଙ୍ଗାରପଲ୍ଲୀ ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଗତକାଲି ବିଳମ୍ବିତ ରାତିରେ ବଡ଼ଧରଣର ଚୋରି ହୋଇଥିବା ଜଣାପଡ଼ିଛି। ଦୁର୍ବୃତ୍ତମାନେ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ତାଲା ଭାଙ୍ଗି ଭିତରେ ପ୍ରବେଶ କରି ବହୁ ମୂଲ୍ୟବାନ ସରକାରୀ ସାମଗ୍ରୀ ଲୁଟି ନେଇଛନ୍ତି।ଚୋରି ହୋଇଥିବା ସାମଗ୍ରୀ ମଧ୍ୟରେ ୪ଟି ସୋଲାର ବ୍ୟାଟେରୀ, ୨ଟି ଇନଭର୍ଟର ବ୍ୟାଟେରୀ, ଗୋଟିଏ ମେସିନ, ଗୋଟିଏ ସୋଲାର ୟୁପିଏସ୍‌, ଗୋଟିଏ ଫ୍ରିଜ୍‌, ଗୋଟିଏ ପ୍ରିଣ୍ଟର ଏବଂ ୬ଟି ଚେୟାର ରହିଛି। ଆଜି ସକାଳୁ କର୍ମଚାରୀମାନେ ସ୍ୱାସ୍ଥ୍ୟ ଉପକେନ୍ଦ୍ରକୁ ଯିବା ପରେ ଅଫିସର ତାଲା ଭଙ୍ଗା ହୋଇଥିବା ଏବଂ ବିଭିନ୍ନ ସାମଗ୍ରୀ ନଥିବା ଦେଖିଥିଲେ। ଏନେଇ ତୁରନ୍ତ ବିଭାଗୀୟ ଅଧିକାରୀ ଓ ପୁଲିସକୁ ସୂଚନା ଦିଆଯାଇଥିଲା। ଖବର ପାଇ ପୁଲିସ ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଚୋରି ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିବା ଜଣାପଡ଼ିଛି।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *