ଯାଜପୁର (କ.ଵ୍ୟୁ)୧୨/୮ (ଅଭିମନ୍ୟୁ ଧଳ ଙ୍କ ରିପୋର୍ଟ) : ଚଣ୍ଡିଖୋଲ ବାବା ଭୈରବାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ୫୧ ତମ ପ୍ରତିଷ୍ଠା ଦିବସ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ପ୍ରିୟବ୍ରତ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଅମର କୁମାର ନାୟକ ଯୋଗଦେଇ ଆମ ମହାବିଦ୍ୟାଳୟ ଆମ ସଭିଙ୍କର ଗର୍ବ ଓ ଗୌରବର ପ୍ରତୀକ ଏହାର ମାନ ବର୍ଦ୍ଧନ ଆମ ସଭିଙ୍କର ମୁଖ୍ୟ ଲୟ ହେଉ ବୋଲି ମତବ୍ୟକ୍ତ କରିଥିଲେ ମୁଖ୍ୟ ବକ୍ତା ଭାବେ ଦାସ ବେନହୁର ଯୋଗଦେଇ ସାଧୁ ସନ୍ଥ ଙ୍କ ନାମରେ ନାମିତ ଏହି ମହାବିଦ୍ୟାଳୟ ସମସ୍ତ ବିଦ୍ୟାର୍ଥୀ ଙ୍କ ଜୀବନ କୁ ଧନ୍ୟ କରୁଛି ଓ ଅଜ୍ଞତା ରୁପକ ଅନ୍ଧକାର କୁ ଦୁରେଇ ସବୁରି ହୃଦୟ ରେ ଆଲୋକର ବହ୍ନି ପ୍ରଜ୍ବଳିତ କରୁଛି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ କଥା କହିବାକୁ ଯାଇ ମଧୁବାବୁ ବାରିଷ୍ଟରି ପଡ଼ିନାହାନ୍ତି କିନ୍ତୁ ତାଙ୍କୁ ଆମେ ମଧୁବାରିଷ୍ଟର କୋହୁଛେ କହି ସମୀକ୍ଷା କରିଥିଲେ ଏତଦ୍ ଭିନ୍ନ ସଦ୍ୟ ସରକାର ଙ୍କ ଅପାରଗତା କୁ ମଧ୍ୟ ସମାଲୋଚନା କରିବାକୁ ପଛାଇ ନଥିଲେ କଲେଜ ର ଛାତ୍ର ଛାତ୍ରୀ ମାନେ ବନ୍ଦେ ଉତ୍କଳଜନନୀ ଗାନ କରିଥିଲେ ୨୦୨୬–୨୭ କଲେଜ କ୍ୟାଲେଣ୍ଡର ଉନ୍ମୋଚନ କରାଯାଇଥିଲା ଅଧ୍ୟକ୍ଷ ଡଃ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲା ବେଳେ ଅଧ୍ୟାପକ ସଲୀଳ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ ପୁରାତନ ଛାତ୍ର ସଂସଦ ର ସଂପାଦକ ଦେବରାଜ ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ ଗଭର୍ଣ୍ଣି ବଡ଼ି ସଭାପତି ଯୁଧିଷ୍ଠିର ନାୟକ (ଉପଜିଲ୍ଲାପାଳ) ଅନୁପସ୍ଥିତ ଥିଲେ ସର୍ବଶେଷରେ ଅଧ୍ୟାପକ ବିରଞ୍ଚି ନାରାୟଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ