ବିବି ମହାବିଦ୍ୟାଳୟର ୫୧ତମ ପ୍ରତିଷ୍ଠା ଦିବସ। ଶିକ୍ଷା ହିଁ ବିଶ୍ବକୁ ପରିବର୍ତ୍ତନ କରିପାରିବ : ଅମର ନାୟକ

ଚଣ୍ଡିଖୋଲ, ୧୨/୮(କ.ଵ୍ୟୁ) (ପ୍ରଶାନ୍ତ ଜେନା) ଗୋଟିଏ ଶିକ୍ଷାନୁଷ୍ଠାନ ୫୦ବର୍ଷ ପୁର୍ତ୍ତି କେବଳ ଏକ ଉତ୍ସବ ନୁହେଁ, ଏହା ହେଉଛି ପାଞ୍ଚ ଦଶନ୍ଧିର ସଂଘର୍ଷ,ସଫଳତା ଏବଂ ସାମାଜିକ ପରିବର୍ତ୍ତନର ଏକ ଗୌରବମୟ ଯାତ୍ରା। କଠିନ ପରିଶ୍ରମ, ଓ ନିରନ୍ତର ଅଧ୍ୟୟନ ହିଁ ଲକ୍ଷ୍ୟସ୍ଥଳ ରେ ପହଞ୍ଚାଇ ପାରିବ। ଶିକ୍ଷା ହିଁ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ଯାହା ବିଶ୍ୱକୁ ପରିବର୍ତ୍ତନ କରିପାରିବ ବୋଲି ଚଣ୍ଡିଖୋଲ ସ୍ଥିତ ବାବା ଭୈରବା ନନ୍ଦ ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ସବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଇ ବଡଚଣା ବିଧାୟକ ଅମର କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି।ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ପ୍ରିୟବ୍ରତ ମହାନ୍ତି ଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ଶ୍ରୀ ନାୟକ ଗତାନୁଗତିକ ଶିକ୍ଷାକୁ ଗ୍ରହଣ କରି ଡାକ୍ତର, ଇଞ୍ଜିନିୟର ନ ହୋଇ ନିଜ ଭିତରେ ଥିବା ଦକ୍ଷତା ଓ ପ୍ରତିଭାକୁ ନେଇ ସମାଜରେ ପ୍ରତିଷ୍ଠିତ ହେବାକୁ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।ଏଥିସହିତ ମହାବିଦ୍ୟାଳୟରେ ଶୈ କ୍ଷିକ ପରିବେଶ ଓ ଭିତ୍ତି ଭୂମିକୁ ସୁଦୃଢ କରିବା ପାଇଁ ୨କୋଟି ୯୭ଲକ୍ଷ ଟଙ୍କା ବ୍ୟୟରେ ୧୦୦ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ନିର୍ମାଣ, ୫୦ଲକ୍ଷ ଟଙ୍କା ବ୍ୟୟରେ ଓପନ୍ ଆଡିଟୋରିୟମ୍ ନିର୍ମାଣ ହେବ।  ମହାବିଦ୍ୟାଳୟ ପରିସର ଆଲୋକିକରଣ ଓ ସ୍ବଚ୍ଛତା ପ୍ରଭୃତି କାର୍ଯ୍ୟ କରାଯିବା ସହିତ ବିବି ମହାବିଦ୍ୟାଳୟକୁ ଏକ ଆଦର୍ଶ ଶିକ୍ଷାନୁଷ୍ଠାନ ରେ ପରିଣତ କରିବା ପାଇଁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟ ବକ୍ତା ଭାବେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଶିକ୍ଷାବିତ୍ ଜୀତେନ୍ଦ୍ର ନାରାୟଣ ଦାଶ (ଦାଶ ବେନହୁର)ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଧ୍ୟାନ, ଅଧ୍ୟୟନ, ସାଧନା ଭିତରେ ସମନ୍ବୟ ରକ୍ଷା କରି ସଫଳତାର ଶୀର୍ଷରେ ପହଞ୍ଚି ପାରିବ।ଶିକ୍ଷାନୁଷ୍ଠାନ କେବଳ ଡ଼ିଗ୍ରୀ ବାଣ୍ଟିବା ମାଧ୍ୟମ ନ ହୋଇ ନିଜ ଭିତରେ ଥିବା ଲୁକ୍କାଇତ ପ୍ରତିଭାକୁ ବିକଶିତ କରାଇବାକୁ ପରାମର୍ଶ ଦେଇଥିଲେ। ମାଆ, ମାଟି, ମାତୃଭୂମି ଓ ମାତୃଭାଷା କୁ ଭଲ ପାଇବା ସହିତ ଆଜିର ଯୁବ ପିଢ଼ି ଭଲମନ୍ଦ ଭିତରେ ଫରକ, ନିଜକୁ ବୁଝିବା ଓ ବୁଝାଇବା, ନିଜେ ନିଜକୁ ଚଳାଇବା, ସମାଜ ପାଇଁ କିଛି କାର୍ଯ୍ୟ କରାଇବାକୁ ପରାମର୍ଶ ଦେଇଥିଲେ।ଏଥିସହିତ ପ୍ରାକୃତିକ ପରିବେଶ ମଧ୍ୟରେ ମହାବିଦ୍ୟାଳୟର ସୈକ୍ଷିକ ବାତାବରଣ ର ଉଚ୍ଚ ପ୍ରଶଂସା କରିଥିଲେ।ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ସତ୍ୟବ୍ରତ ମହାନ୍ତି ମହାବିଦ୍ୟାଳୟର ସଂକ୍ଷିପ୍ତ ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ସଲିଳ ରାଜ ନନ୍ଦନ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ।ଏଥିସହିତ ପୁରାତନ ଛାତ୍ର ସଂସଦର ସାଧାରଣ ସଂପାଦକ ଦେବରାଜ ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ। ଅତିଥିମାନେ କଲେଜ୍ ର ଶିକ୍ଷା କ୍ୟାଲେଣ୍ଡର କୁ ଉନ୍ମୋଚନ କରିଥିଲେ।+୨କଳା, ବିଜ୍ଞାନ, ବାଣିଜ୍ୟ ଓ+୩କଳା, ବିଜ୍ଞାନ ଓ ବାଣିଜ୍ୟ ରେ ଶ୍ରେଷ୍ଟ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ଶେଷରେ ଅଧ୍ୟାପକ ବିରଞ୍ଚି ନାରାୟଣ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ଓ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଆଗାମୀ ଡ଼ିସେମ୍ବର ମାସରେ ମହାବିଦ୍ୟାଳୟର ତିନି ଦିନ ବ୍ୟାପି ସୁବର୍ଣ୍ଣ ଜୟନ୍ତୀ ସମାରୋହ ଆୟୋଜିତ ହେବ ବୋଲି ଜଣାଯାଇଛି।

Leave a Reply

Your email address will not be published. Required fields are marked *