ବିଶ୍ବ ଜନ-ଜାତି ସଭ୍ଯତା ନିହାତି
ସାତ ହଜାର ବର୍ଷର,
ଲଜ୍ଯା ନିବାରଣେ ଅଙ୍ଗ ଆବରଣେ
ବସ୍ତ୍ରାଞ୍ଚଳ ଆବିଷ୍କାର ।
କାଳକ୍ରମେ ଜ୍ଞାନ କୌଶଳ ବର୍ଦ୍ଧିଷ୍ଣୁ
ହସ୍ତତନ୍ତରେ ବୟନ,
ଶିମିଳି-ତୁଳା କି କପା-ତୁଳା ମଧ୍ଯୁ
ବସ୍ତ୍ରୀୟ ସୂତା ସୃଜନ ।
ପ୍ରାଚୀନ ଭାରତ ଜନ ପରିଧାନ
ହସ୍ତ ବିନିର୍ମିତ ବସ୍ତ୍ର,
ବ୍ରିଟିଶ ସର୍କାର ଭାରତ ଶାସନେ
ଶିଳ୍ପେ ବସ୍ତ୍ର ଉତ୍ପାଦିତ ।
ରେଶମ ଟସର ଅବା ମେଣ୍ଢାବାଳ
ଲାଇଲନ ସିଲିକନ,
ବିଚିତ୍ର ପୋଷାକ ଆହାଃ କି ସୁନ୍ଦର
ଭାରତୀୟ ବିମୋହନ ।
ଲାଲ ବାଲ ପାଲ ତ୍ରିସଖା ବିପ୍ଳବ
ବିଦେଶୀ ବସ୍ତ୍ର ବର୍ଜନ,
ମହାତ୍ମାଗାନ୍ଧୀଙ୍କ ଅରଟ ସଂକେତ
ସ୍ବଦେଶ ବସ୍ତ୍ର ଆହ୍ବାନ ।
ଟେରିକଟ ଟେରି- ଲିନରେ ପୋଷାକ
ଚର୍ମରୋଗ ସୂତ୍ରପାତ,
ସୂତାରେ ନିର୍ମିତ ବସ୍ତ୍ର ପରିଧାନେ
ଶରୀର ଶୀତଳ ସୁସ୍ଥ ।
ଯେ’ ସମ୍ବଲପୁରୀ ଶାଢ଼ୀ ବସ୍ତ୍ରାଦିରେ
ସମଗ୍ର ବିଶ୍ବ ମୋହିତ,
ଆମ ଭାରତରେ ରାଜ୍ୟ ଯେ’ ଉତ୍କଳ
ହସ୍ତତନ୍ତରେ ବିଖ୍ୟାତ ।
ଏବେ ସରକାରୀ ପ୍ରୋତ୍ସାହନ ସାଥେ
ଭିତ୍ତିଭୂମିର ଉଦ୍ଯୋଗ,
ହସ୍ତତନ୍ତ ଶିଳ୍ପ କାର୍ଯ୍ୟ ଉନ୍ନୟନ
ସରସ ଲବ୍ଧ ଉଚ୍ଚାଙ୍ଗ ।
ଦୁଇ ହଜାର’ର ପନ୍ଦର ମସିହା
ଅଗଷ୍ଟ ସପ୍ତମ ଦିନ,
ଆମର ଜାତୀୟ ହସ୍ତତନ୍ତାୟନ
ପାଳନ ଶୁଭ ଚୟନ ।
ଆଜ ସେହି ଶୁଭ ଲଗନେ ଶୁଭେଚ୍ଛା
ଭାଳେ ଶମ୍ଭୁନାଥ ଦାସ,
ସର୍ବ ବୁଣାକାର ତନ୍ତୁବାୟ ବଂଶ
ଲଭନ୍ତୁ ଖ୍ଯାତି ଅଶେଷ ।
ଶମ୍ଭୁନାଥ ଦାସ (ମୁଖ୍ଯ ସମ୍ପାଦକ : ଅଭିଯାନ )
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ୟ ପତ୍ରିକା / କୋଲକାତା
ସା/କଣ୍ଟିବାଙ୍କ (ପାଲଟପୁର), ମଙ୍ଗଳପୁର,
ଯାଜପୁର/ Jatiya Pragati Abhiyan