ମଙ୍ଗଳବାର ଦିନ ଠାରୁ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ଅବସରରେ ପ୍ରସ୍ତୁତି ଆରମ୍ଭ

କଟକ : କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ମଙ୍ଗଳବାର ଦିନ ଠାରୁ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ଅବସରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଜି ବାରବାଟି ଷ୍ଟାଡିୟମରେ ଜିଲ୍ଲା ସ୍ତରୀୟ ପ୍ୟାରେଡ୍ ପାଇଁ ଅଭ୍ୟାସ ଆରମ୍ଭ ହୋଇଛି। ଏହି ଅଭ୍ୟାସ 3 ଦିନ ଚାଲିବା ପରେ ଅଗଷ୍ଟ 15 ତାରିଖ ଦିନ ଏମାନେ ପ୍ୟାରେଡ୍ ରେ ଯୋଗଦେବେ। କଟକ ଡିସିପି ଋଷିକେଶ ଖିଲାରିଙ୍କ ପରିଚାଳନାରେ ବାରବାଟି ଷ୍ଟାଡିୟମ ଠାରେ ଅଭ୍ୟାସ ଆରମ୍ଭ ହୋଇଛି। ଚଳିତ ବର୍ଷ ପ୍ୟାରେଡ୍ ରେ ପୋଲିସ ବାହିନୀ , ଅଗ୍ନିଶମ ବିଭାଗ , ଏନ ସି ସି ସିନିୟର୍ ଓ ଜୁନିଅର୍ ବାଳକ ବାଳିକା ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନେ ସ୍ୱାଧୀନତା ଦିବସ ପ୍ୟାରେଡ୍ ରେ ଯୋଗ ଦେବେ। ଆସନ୍ତା ଅଗଷ୍ଟ 15 ଶନିବାର ଦିନ ବାରବାଟି ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ। ରାଜ୍ୟର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପୋଲିସ ବ୍ୟାଣ୍ଡ ଏନ୍ ସି ସି କ୍ୟାଡେଟ୍ ଏବଂ ଛାତ୍ର ଛାତ୍ରୀ ମାନଙ୍କ ଠାରୁ ଅଭିବାଦନ ଗ୍ରହଣ କରିବେ। ବାରବାଟି ଷ୍ଟାଡିୟମଟି ବର୍ଷା ପାଣି ଯୋଗୁଁ କାଦୁଆ ରହିଥିବାରୁ ପ୍ୟାରେଡ୍ ଅଭ୍ୟାସ ପାଇଁ ଏକ ପ୍ରତିବନ୍ଧକ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *