
ପାରାଦ୍ଵୀପ : ପାରାଦ୍ଵୀପ ଭାରତ ରେ ହର ଘର୍ ତିରଙ୍ଗା ଶ୍ୱୋଭା ଯାତ୍ରା ଚାଲିଥିବା ବେଳେ ଆଜି ପାରାଦୀପ ପୌର ପ୍ରଶାସନ ପକ୍ଷରୁ ହର ଘର୍ ତିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ କରାଯାଇ ଥିଲା l ଏହି ତିରଙ୍ଗା ସ୍ଵୋଭା ଯାତ୍ରାରେ ପାରାଦୀପ ସହରର ସମସ୍ତ ସ୍କୁଲର ଛାତ୍ର ଛାତ୍ରୀ ଓ ମହାବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ ଯୋଗ ଦେଇ ଥିବା ବେଳେଏଥିରେ ପାରାଦୀପ ର ବହୁ ସ୍ଵିଛା ସେବୀ ଓ ପାରାଦୀପ ୧୯ଟି ୱାର୍ଡ ରୁ ବହୁ ବୁଦ୍ଧିଜୀବି ସୋୟ ସହାୟକ ଗୋଷ୍ଟିର ବହୁ ମହିଳା ବିଭିନ୍ନ ସଙ୍ଗଠନ ର ଯୁବପିଢି ଯୋଗ ଦେଇ ଥିବା ବେଳେ ପ୍ରଜାପିତା ବ୍ରହ୍ମ କୁମାରୀର ସମସ୍ତ ସଦସ୍ୟ ଯୋଗ ଦେଇ ଥିବା ଦେଖା ଯାଇଥିଲା l ଏଥିରେ ସରୋସ୍ଵିତି ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ କୁନି କୁନି ପିଲା ଙ୍କୁ ନେଇ ଏକ ଜାତୀୟ ସଙ୍ଗୀତ ଗାନ କରାଯାଇ ଥିଲା l ଏହି ଶୋଭାଯାତ୍ରା ପ୍ରଥମେ ପାରାଦୀପ ମହାବିଦ୍ୟାଳୟ ସମ୍ମୁଖରୁ ବିରାଟ ରାଲିରେ ସମସ୍ତ ଛାତ୍ର ଛାତ୍ରୀ ତିରଙ୍ଗା ପତାକା ହାତରେ ଧରି ପାରାଦୀପ ବଡ ପଡ଼ିଆ ବସ ଷ୍ଟାଣ୍ଡ ରେ ଥିବା ନେତାଜୀ ଷ୍ଟାଚୁ ନିକଟରେ ତିରଙ୍ଗା ରାଲି ବା ସ୍ୱିଭାଯାତ୍ରା ପହଞ୍ଚି ଥିଲା l ସେଠାର ଏକ ସାଧାରଣ ସଭା ଅନୁଷ୍ଠିତ କରାଯାଇ ଥିବା ବେଳେ ତିରଙ୍ଗା ସ୍ୱୋଭା ଯାତ୍ରାରେ ମୁଖ୍ୟ ଅତିଥି ଭାବେ ପାରାଦୀପ ନିର୍ବାଚନ ମଣ୍ଡଳୀ ର ବିଧାୟକ ତଥା ଓଡ଼ିଶା ସରକାର୍ ଙ୍କ ମାନ୍ୟବର ଶିଳ୍ପ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା l ଏଥିରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ତଥା ପାରାଦୀପ ର ଆଦଡିଶି ନାଲ ଆରକ୍ଷୀ ଅଧିକ୍ଷକ ଯୋଗ ଦେଇ ଥିବା ବେଳେ ପାରାଦୀପ ମହା ବିଦ୍ୟାଳୟର ର ଅଧକ୍ଷ ସସ୍ମିତା ଶତପଥୀ ଓ ପାରାଦୀପ ପୌର ପରିଷଦ ଅଧ୍ୟକ୍ଷ ବସନ୍ତ କୁମାର ବିଶ୍ଵାଳ ଓ ବହୁ ପାରିଷଦ, ମନ୍ତ୍ରୀଙ୍କ ପ୍ରତିନିଧି ସର୍ବେଶ୍ଵର ବଳିୟାର ସିଂହ ଓ ବହୁ ପଦାଧିକାରୀ ମାନେ ଯୋଗ ଦେଇ ସଭସ୍ତଳିକୁ ସାଫଲ୍ୟ ମଣ୍ଡନ କରିଥିବା ଦେଖିବାକୁ ମିଳିଥିଲା l ଏହି ସଭାର ସଭା କାର୍ଯ୍ୟ ପାରାଦୀପ ପୌର ପରିଷଦ ଅଧ୍ୟକ୍ଷ ଶ୍ରୀ ଯୁକ୍ତ ବସନ୍ତ କୁମାର ବିଶ୍ଵାଳ ପରିଚାଳନା କରିଥିବା ଦେଖିବାକୁ ମିଳିଥିଲା l ପାରାଦୀପ ରୁ ପୁରୁଷୋତ୍ତମ ଶତପଥୀ ଙ୍କ ରିପୋର୍ଟ୍