
ପାରାଦୀପ : ପାରାଦୀପ ଓଡିଶା ସାମ୍ବାଦିକ ସଂଘ ପକ୍ଷରୁ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି l ଓଡିଶା ସରକାର ଙ୍କ ତରଫରୁ ସାମ୍ବାଦିକ ସ୍ବାସ୍ଥ୍ୟ ବିମାକାଡ, କୁ ଆୟୁସୁମାନ କାଡ଼ ସହିତ ସାମିଲ କରିବାକୁ ନେଇ ସରକାର ଙ୍କ ପକ୍ଷରୁ ହୋଇଥିବା ଯୋଜନାକୁ ଆଜି ପାରାଦୀପ ଓଡିଶା ସାମ୍ବାଦିକ ସଂଘ ପକ୍ଷରୁ ଘୋର ନିନ୍ଦା କରାଯାଇ ଥିବା ବେଳେ ଗୋପବନ୍ଧୁ ସ୍ବାସ୍ଥ୍ୟ ବିମା କାଡକୁ ଆୟୁସମାନ କାଡ ସହିତ ସାମିଲ ନକରି ବାକୁ ନେଇ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଙ୍କ ଜରିଆରେ ଓଡିଶାର ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି l ଏହି କାର୍ଯ୍ୟ କ୍ରମ ରେ ପାରାଦୀପ ଓଡିଶା ସାମ୍ବାଦିକ ସଂଘ ସଭାପତି ଙ୍କ ନେତୃତ୍ଵ ରେ ବହୁ ସାମ୍ବାଦିକ ଏକ ତ୍ରିତ୍ ହୋଇ ପାରାଦୀପ ଅତିରିକ୍ତ ଜିଲ୍ଲା ପାଳଙ୍କ ଅଫିସରେ ପହଞ୍ଚି ଥିଲେ l ସେଠାର ଜିଲ୍ଲା ପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇ ଥିଲା l ପାରାଦୀପ ରୁ ପୁରୁଷୋତ୍ତମ ଶତପଥୀ ଙ୍କ ରିପୋର୍ଟ୍