
ପୂର୍ଣ୍ଣ ପ୍ରତୀକ୍ଷାର ଅନ୍ତ ଘଟିଛି
ଆସିଅଛି ଆମ ପରୀ
ଧାରା ଶ୍ରାବଣ ର ଶ୍ରାବଣୀ ତୁ ଲୋ
ଜୀବନେ ଆସିଲୁ ଝରି —–1
ଦଶ ଅଗଷ୍ଟ ରେ ଆଲୋକ ଜଳାଇ
ଆଲୋକିତ କଲୁ ଘର
ପାପା ମାମା ଙ୍କର ପରୀ ମାଆ ତୁ ତ
ଏ ବଂଶର ହୀରା ହାର —2
ଦ୍ଵାଦଶୀ ତିଥିରେ ଶୁଭ ସୋମବାରେ
କୁଆଁ କୁଆଁ ରାବ ଦେଇ
ପ୍ରଧାନ ଘରର ନୂଆ ଅତିଥି ଙ୍କୁ
ଶୁଭେଚ୍ଛା ଦେବା ଜଣାଇ —

ଜେଜେ ମାଆ ର ତୁ ରତନ ସଙ୍ଖାଳି
ଅଜା ଆଈ ଙ୍କର ଧନ
ତୋ ପଥ କୁ ଚାହିଁ ବସି ଥିଲୁ ଆମେ
କଲୁ ତୁ କୋଳ ମଣ୍ଡନ —4
ଜଗତର ନାଥ କାଳିଆ ସାଅନ୍ତ
ରଖିବ ଘଣ୍ଟ ଘୋଡେ଼ଇ
ତା ଚଲା ପଥରେ କୁସୁମ ବରଶୁ
ଏତିକି ଅଳି କରଇ ଏତିକି ଅଳି କରଇ —–5