କେନ୍ଦ୍ରର ଶ୍ରମିକ ମାରଣ ନୀତିକୁ ବିରୋଧ ଏଆଇସିସିଟିୟୁର ରାଜ୍ୟବ୍ୟାପୀ ଆନ୍ଦୋଳନ।

ରାୟଗଡା (ସୁରେନ୍ଦ୍ର କୁମାର ରଥ) : ରାୟଗଡା ସହର କପିଳାସ ଛକ ନିକଟରେ ଜାତୀୟ ରାଜପଥ ଅବରୋଧ କରି ବିଭିର୍ଣ୍ଣ ସଂଗଠନ ବସିଥିଲେ। ‘ଏଆଇସିସିଟିୟୁ’ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ କେନ୍ଦ୍ରରେ ମୋଦି ସରକାରଙ୍କ ଜନବିରୋଧୀ ତଥା ଶ୍ରମିକ ବିରୋଧୀ ନୀତି ପ୍ରତିବାଦରେ ଶ୍ରମିକ, କୃଷକ, ଯୁବ, ଛାତ୍ର ଏବଂ ମହିଳାମାନେ ଏକଜୁଟ ହୋଇଛନ୍ତି। ରାୟଗଡା ସହର କପିଳାସ ଛକ ନିକଟରେ ଜାତୀୟ ରାଜପଥ ଅବରୋଧ କରି ବସିଥିଲେ ସମସ୍ତେ। ‘ଏଆଇସିସିଟିୟୁ’ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ କେନ୍ଦ୍ର ସରକାରଙ୍କ ବିରୋଧରେ ବିଗୁଲ ବଜାଯାଇଥିବା ବେଳେ ଜୁଲାଇ ୧୫ ରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଏକ ‘ରାଜ୍ୟବ୍ୟାପୀ ଶ୍ରମିକ ଅଧିକାର ଅଭିଯାନ’ ଆରମ୍ଭ କରାଯାଇଛି। କେନ୍ଦ୍ର ସରକାର ଦେଶର ବିଭିନ୍ନ ପ୍ରାନ୍ତରେ ଶ୍ରମିକମାନଙ୍କ ନ୍ୟାଯ୍ୟ ସଂଗ୍ରାମକୁ ଦମନ କରୁଥିବା ବେଳେ ଏହା ବିରୋଧରେ ତୀବ୍ର ଆନ୍ଦୋଳନ ଗଢ଼ି ତୋଳିବାକୁ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି। ବିଶେଷ କରି କେନ୍ଦ୍ର ସରକାର ଆଣିଥିବା ୪ଟି ନୂଆ ଶ୍ରମ ସଂହିତା (ଲେବର କୋଡ୍) କୁ ସଂଗଠନ ଦୃଢ଼ ବିରୋଧ କରିଛି। ଏହାକୁ ଶ୍ରମିକମାନଙ୍କ ଅଧିକାର ଉପରେ ସବୁଠାରୁ ବଡ଼ ଆକ୍ରମଣ ବୋଲି ଅଭିହିତ କରାଯାଇଛି। ସଂଗଠନ ଅଭିଯୋଗ କରିଛି ଯେ, ଗୋଟିଏ ପଟେ ଲଗାତାର ଦରଦାମ ବୃଦ୍ଧି ଓ ଉତ୍କଟ ବେକାରୀ ସମସ୍ୟା ସାଧାରଣ ଜନତାଙ୍କ ଅଣ୍ଟା ଭାଙ୍ଗିଦେଇଥିବା ବେଳେ, ଅନ୍ୟପଟେ ସରକାରୀ ସଂସ୍ଥାର ଘରୋଇକରଣ ଏବଂ ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷାରୁ ବଞ୍ଚିତ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ପାନିପଥ, ବୱାନା, ସୁରଟ, ମାନେସର, ନୋଏଡା ଏବଂ ଭୁବନେଶ୍ୱର ଆଦି ସ୍ଥାନରେ ତେଜୁଥିବା ଶ୍ରମିକ ଆନ୍ଦୋଳନ ଶ୍ରମିକମାନଙ୍କ ମନରେ ଥିବା ଅସନ୍ତୋଷକୁ ପ୍ରମାଣିତ କରୁଛି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *