

କଟକ : କଟକ ର ଏକ ଅଗ୍ରଣୀ ନୃତ୍ଯ, ସଙ୍ଗୀତ ଅନୁଷ୍ଠାନ ତଥା କଳାବିକାଶ କେନ୍ଦ୍ର ର ଆଜି ସୋମବାର ଦିନ ନୃତ୍ୟ,ସଙ୍ଗୀତ ମାଧ୍ୟମ ରେ 74 ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। 1952 ମସିହା ଅଗଷ୍ଟ 10 ତାରିଖ ଦିନ ସ୍ୱର୍ଗତ ବାବୁଲାଲ ଯୋଶୀ ଓଡ଼ିଶା ରେ ନୃତ୍ୟ ଓ ସଙ୍ଗୀତ ର ପ୍ରଚାର ଓ ପ୍ରସାର ପାଇଁ ଏହି ସଙ୍ଗୀତ ଅନୁଷ୍ଠାନ ଟି ଗଢ଼ିଥିଲେ ,ଆଜି ଏହି ଅନୁଷ୍ଠାନ 74 ବର୍ଷ ରେ ପଦାର୍ପଣ କରିଛି। ବହୁ ନୃତ୍ୟ ଓ ସଙ୍ଗୀତ ଶିଳ୍ପୀ ଏହି ଅନୁଷ୍ଠାନ ରୁ ସୃଷ୍ଟି ହୋଇ ଦେଶ ବିଦେଶ ରେ ଓଡ଼ିଶା ର ନୃତ୍ୟ,ସଙ୍ଗୀତ କୁ ପ୍ରଚାର,ପ୍ରସାର କରି ଅନୁଷ୍ଠାନ ର ଗୌରବ ହାସଲ କରିଥିଲେ।ଆନ୍ତର୍ଜାତିକ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ କୁମକୁମ୍ ମହାନ୍ତି ଉଦ୍ଘାଟକ, ଜଷ୍ଟିସ dr ବି ଆର୍ ଷଡଙ୍ଗୀ ମୁଖ୍ୟ ଅତିଥି ଓଡ଼ିଶା ସାହିତ୍ୟ ଏକାଡେମୀ ର ସଚିବ ଚନ୍ଦ୍ର ଶେଖର ହୋତା,କେନ୍ଦ୍ର ର ଟ୍ରଷ୍ଟି ରବୀନ୍ଦ୍ର ନାଥ ମହାନ୍ତି ଅଥିତି ଭାବରେ ଯୋଗ ଦେଇ କାର୍ଯକ୍ରମ କୁ ଉଦ୍ଘାଟନ କରି କହିଲେ ଓଡ଼ିଶୀ ନୃତ୍ୟ,ସଙ୍ଗୀତ ର ପ୍ରଚାର ଓ ପ୍ରସାର କ୍ଷେତ୍ର ରେ କଳାବିକାଶ କେନ୍ଦ୍ର ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କେନ୍ଦ୍ର ର ସଭାପତି dr ବିଜୟା ନନ୍ଦ ସିଂ କାର୍ଯକ୍ରମ ରେ ସଭାପତିତ୍ବ କରିଥିଲେ। ସମ୍ପାଦକ ବିକାଶ ଚନ୍ଦ୍ର ଦାସ ଏକ ବିବରଣୀ ଉପସ୍ଥାପନ କରିଥିଲେ।ଶେଷ ରେ କେନ୍ଦ୍ର ର ଛାତ୍ର ଓ ଛାତ୍ରୀ ମାନେ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ।