ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ରେ ନିଯୁକ୍ତି ପାଇଲେ ଶ୍ରୀତମ

ଚଣ୍ଡିଖୋଲ ,୧୦/୮(କ.ଵ୍ୟୁ) (ପ୍ରଶାନ୍ତ ଜେନା) ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ଦ୍ଵାରା ନୂତନ ଭାବେ ଚୟନିତ ୯ଟି ବିଭାଗର ୧୩୨୬ଜଣ ପ୍ରାର୍ଥୀ ଙ୍କୁ ଭୁବନେଶ୍ୱର ସ୍ଥିତ ରେଳ ଅଡି ଟୋରୀୟମ ଠାରେ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଏହି ୯ଟି ବିଭାଗ ମଧ୍ୟରୁ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗରେ ବଡଚଣା ବ୍ଲକ୍ ଅନ୍ତର୍ଗତ ନିଶିମଳା ଗ୍ରାମର ମୁକ୍ତିକାନ୍ତ ଜେନା ଓ ସଂଯୁକ୍ତା ଜେନା ଙ୍କ ପୁତ୍ର ଶ୍ରୀତମ ଜେନା ନିଯୁକ୍ତି ପାଇଁ ଅଞ୍ଚଳ ପାଇଁ ଗୌରବ ଆଣି ଛନ୍ତି। ସେ ନିଯୁକ୍ତି ପାଇଥିବା ବିଭାଗରେ ହୋଇଥିବା ପରୀକ୍ଷାରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ବର୍ତ୍ତମାନ ସେ ବଲାଙ୍ଗୀର ଜିଲ୍ଲାରେ ପ୍ରଶିକ୍ଷଣ ନେବେ। ପ୍ରଶିକ୍ଷଣ ପରେ, ସେ ଅନୁଗୁଳ ଜିଲ୍ଲାରେ ଷ୍ଟକ୍ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରିବେ। ଶ୍ରୀତମ ଙ୍କ ଏହି ସଫଳତା ପାଇଁ ତାଙ୍କୁ ବହୁ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *