
ଚଣ୍ଡିଖୋଲ ୧୦/୮(କ.ଵ୍ୟୁ) (ପ୍ରଶାନ୍ତ ଜେନା) ବଡଚଣା ବ୍ଲକ୍ ଅନ୍ତର୍ଗତ ଉପୁଳା ଗ୍ରାମର ସ୍ବର୍ଗତ ଶ୍ରୀଧର ଲେଙ୍କା ଙ୍କ ଧର୍ମପତ୍ନୀ ସରସ୍ଵତୀ ଦେଵୀ (୯୫) ଙ୍କ ବୟସାଧିକ ଅସୁସ୍ଥତା ଯୋଗୁଁ ବିୟୋଗ ଘଟିଛି। ସେ ଜଣେ ପରୋପକାରୀ, ସ୍ନେହୀ, ଧର୍ମପ୍ରାଣା, ମିଷ୍ଟଭାଷୀ, ବନ୍ଧୁ ବତ୍ସଳା, ମହିଳା ଭାବରେ ନିଜ ଅଞ୍ଚଳରେ ପରିଚିତ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ଜ୍ୟେଷ୍ଠ ପୁତ୍ର ଧର୍ମଶାଳା ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ଡ,ଅଜୟ କୁମାର ଲେଙ୍କା, କନିଷ୍ଠ ପୁତ୍ର ଅକ୍ଷୟ କୁମାର ଲେଙ୍କା , ପୁତ୍ରବଧୂ ଜ୍ୟୋତ୍ସା ରାଣୀ ଦେଇ, ରିତା ଲେଙ୍କା, ନାତି ବିମଳେନ୍ଦୁ, ଶୁଭେନ୍ଦୁ, ନାଚୁଣୀ ବୋହୂ ଦିପ୍ତିପ୍ରଭା, ଶୁଭଶ୍ରୀ ଉପସ୍ଥିତ ଥିଲେ। ମୃତ୍ୟୁ ଖବର ପାଇ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିବା ସହିତ ଶବା ଧାରରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ମର ଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ଗ୍ରାମ ଶ୍ମଶାନରେ ସତ୍କାର କରାଯାଇଥିଲା। କନିଷ୍ଠ ପୁତ୍ର ଅକ୍ଷୟ ମୁଖାଗ୍ନୀ ଦେଇଥିଲେ।