ଅଷ୍ଟମ ଦିନ ରେ ଠିକାଦାର ଙ୍କ ଧାରଣା, ଆମରଣ  ଅନଶନ  ସହିତ ଗେଟ୍ ରେ ତାଲା ପକାଇବା କୁ ଚେତାବନୀ

ବଡଚଣା, ୧୦/୮(କ.ଵ୍ୟୁ) (ପ୍ରଶାନ୍ତ ଜେନା) ଦୀର୍ଘ ଦୁଇବର୍ଷ ବିତି ଯାଇଥିଲେ ମଧ୍ୟ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗରେ କାର୍ଯ୍ୟ କରି ସେମାନଙ୍କ ପ୍ରାପ୍ୟ ପାଇବାରୁ ବଞ୍ଚିତ ହୋଇଥିବା ଠିକାଦାର ମାନେ ଚଳାଇ ଆସିଥିବା ଧାରଣା ଆଜି ଅଷ୍ଟମ ଦିନରେ ପହଞ୍ଚିଛି। ବିଭାଗ ପକ୍ଷରୁ ଆଜି ସୁଦ୍ଧା ଧାରଣାରତ ଠିକାଦାର ମାନଙ୍କ ସହିତ କୌଣସି କଥାବାର୍ତ୍ତା ବା ସମସ୍ୟାର ସମାଧାନ ଦିଗରେ ବିଭାଗୀୟ ଅଧିକାରୀ ଆଲୋଚନ ନ କରିବା,ଠିକାଦାର ମାନଙ୍କ ବକେୟା ପ୍ରାପ୍ୟ ପ୍ରଦାନ ରେ ଅହେତୁକ ବିଳମ୍ବ କରିବା ଦ୍ୟାରା ଠିକାଦାର ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ସମସ୍ୟାର ସମାଧାନ ଦିଗରେ ବିଭାଗୀୟ ଅଧିକାରୀ କୌଣସି ପଦକ୍ଷେପ ଗ୍ରହଣ ନକଲେ ସେମାନେ ବାଧ୍ୟ ହୋଇ ଆମରଣ ଅନଶନ କରିବା ଆସନ୍ତା କାଲି ଠାରୁ ଗେଟ୍ ରେ ତାଲା ପକାଇବା ସହିତ କୌଣସି କର୍ମଚାରୀଙ୍କୁ   କାର୍ଯ୍ୟାଳୟ ଭିତରେ ପୁରାଇ ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଆଜି ସଙ୍ଘ ପକ୍ଷରୁ ନିଆଯାଇଥିବା ଆମରଣ ଅନଶନ ବିଷୟରେ ସଙ୍ଘର ସଭାପତି ବିଶ୍ୱଜିତ୍ ବିଶ୍ଵାଳ, ସୁଜିତ୍ ମହାରଣା, ବିଶ୍ୱଜିତ୍ ସାମଲ, ଶରତ ଚନ୍ଦ୍ର ସାମାଲ, ପରେଶ ସାହୁ, ଜମିଲା ଅକ୍ତର ଗଣମାଧ୍ୟମ କୁ ସୂଚନା ଦେଇ ଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ଠିକାଦାର ମାନେ ପ୍ରବଳ ବର୍ଷା ଘଡ଼ ଘଡି ମଧ୍ୟରେ ଅସ୍ଥାୟୀ ଟେଣ୍ଡ ତଳେ ବିପଦ ସଙ୍କୁଳ ଅବସ୍ତାରେ ବସି ରହିଛନ୍ତି।

Leave a Reply

Your email address will not be published. Required fields are marked *