ଚଣ୍ଡିଖୋଲ, ୪/୮(କ.ବ୍ୟୁ ) (ପ୍ରଶାନ୍ତ କୁମାର ଜେନା): ଚଣ୍ଡିଖୋଲ ସ୍ଥିତ ପଂଚାୟତରାଜ ଓ ପାନୀୟଜଳ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଉପଖଣ୍ଡ ଠାରେ ୬ଦଫା ଦାବୀ ନେଇ ଯାଜପୁର ଠିକାଦାର ସଙ୍ଘର ଧାରଣା ଦ୍ୱିତୀୟ ଦିନରେ ପହଞ୍ଚିଛି । ବିଭାଗୀୟ ଅଧିକାରୀ ମାନେ ଦୁଇଦିନ ହେଲା କାର୍ଯ୍ୟାଳୟ ନ ଆସି କଟକ ଠାରେ ବସି ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିଲେ, ମାତ୍ର ଠିକାଦାର ମାନେ ଉକ୍ତ ପ୍ରସ୍ତାବ କୁ ପ୍ରତ୍ୟାଖାନ କରି କାର୍ଯ୍ୟାଳୟ ନିକଟ ଧାରଣା ସ୍ଥଳରେ ଆଲୋଚନା କରିବାକୁ ନିଷ୍ପତ୍ତି ଜଣାଇ ଦେଇଛନ୍ତ। ଏହି ଧାରଣାରେ ଯାଜପୁର ଜିଲ୍ଲାର ୧୦ଗୋଟି ବ୍ଲକ୍ ର ଠିକାଦାର ସଂଘ ଯୋଗ ଦେଇଛି। ସଭାପତି ବିଶ୍ୱଜିତ ବିଶ୍ୱାଳ, ସମ୍ପାଦକ ସୁଜିତ ମହାରଣା,ବୀରେନ୍ଦ୍ର କୁମାର ମିଶ୍ର, ଆକାଶ ମଲ୍ଲିକ, ପ୍ରଭାତ କୁମାର ମହାନ୍ତି, ପ୍ରମୋଦ କୁମାର ସ୍ଵାଇଁ, ସଂଗ୍ରାମ ଜେନା,ରମେଶ ଚନ୍ଦ୍ର ସାହୁ, କୁଳମଣୀ ସେଠୀ, ବିଶ୍ଵନାଥ ପାଢ଼ୀ, ସୁରେଶ୍ ଚନ୍ଦ୍ର ଜେନା, ସୁବ୍ରତ ସେଠୀ , ପ୍ରଦୀପ କୁମାର ଦାସ ଙ୍କ ସମେତ ୫୦ରୁ ଉର୍ଦ୍ଧ ଠିକାଦାର ଯୋଗଦେଇ ଥିଲେ। ତୁରନ୍ତ ଦାବୀ ଗୁଡିକୁ ପୂରଣ ନହେଲେ ଧାରଣାକୁ ଜୋରଦାର କରାଯିବା ବୋଲି ଚେତାବନୀ ଦେଇଛନ୍ତି।