
ଚଣ୍ଡିଖୋଲ ତା ୪/୮(କ.ଵ୍ୟୁ) (ପ୍ରଶାନ୍ତ କୁମାର ଜେନା): ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ,ବଡଚଣା ପକ୍ଷରୁ ଆଜି ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି।ନିଶାମୁକ୍ତ ଅଭିଯାନ କୁ ସଫଳ କରିବା ପାଇଁ ବଡଚଣା ସ୍ଥିତ ପ୍ରଯାପିତା ବ୍ରହ୍ମା କୁମାରୀ କାର୍ଯ୍ୟାଳୟ ଠାରେ ସରୋଜ ଭାଇ ଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବଡଚଣା ନିର୍ବାଚନ ମଣ୍ଡଳୀ ର ବିଧାୟକ ଶ୍ରୀ ଅମର କୁମାର ନାୟକ,ପ୍ରାଜାପିତା ବ୍ରହ୍ମା କୁମାରୀ ର ସଂଚଳିକା ମାନସୀ ଭଉଣୀ, ହରିପୁର ଶାଖାର ଅନ୍ନପୂର୍ଣ୍ଣା ଭଉଣୀ, ଛତିଆ ଶାଖାର କୁସୁମ ଭଉଣୀ,ଯାଜପୁର ଟାଉନ ଶାଖାର ଭାବନା ଭଉଣୀ,ଅବସରପ୍ରାପ୍ତ ଅଧ୍ୟାପକ ପଦ୍ମଲାଭ୍ ପଣ୍ଡା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବେହେରା, ସମିତି ସଭ୍ୟ ମଧୁସୂଦନ ବଳ ପ୍ରମୁଖ ଯୋଗ ଦେଇଥିଲେ,ପ୍ରାରମ୍ଭରେ ମୁଖ୍ୟ ଅତିଥି ସମେତ ଅନ୍ୟ ସମସ୍ତ ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଏହି ପ୍ରହାପିତା ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ଵ ବିଦ୍ୟାଳୟ,ବଡଚଣା ରେ ଦୀର୍ଘ ୨୦ବର୍ଷ ଧରି ଚାଲୁଅଛି, ପ୍ରତ୍ୟେକ ବର୍ଷ ସମାଜର ମଙ୍ଗଳ ପାଇଁ ବିଭିନ୍ନ ପ୍ରକାର ସଚେତନତା ସୃଷ୍ଟି କରାଯାଉଛି। ଏବେ ଭାରତ ବର୍ଷ ରୁ ନିଶା ମୁକ୍ତ ଅଭିଯାନ ଆରମ୍ଭ କରାଯାଉଛି, ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅଗଷ୍ଟ ୬ତାରିଖରୁ ୨୦ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ, ଭାରତ ବର୍ଷ ରୁ ୧୦କୋଟି ଭାରତୀୟଙ୍କୁ ନିଶାମୁକ୍ତ କରି ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ପ୍ରଜାପୀତା ବ୍ରହ୍ମା କୁମାରୀ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ବୋଳି ସଂଚାଲିକା ମାନସୀ ଭଉଣୀ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଏ ସମାଜ କୁ ନିଶା ମୁକ୍ତ କରିବା ପାଇଁ ପ୍ରାଯାପିତା ବ୍ରହ୍ମା କୁମାରୀ ପକ୍ଷରୁ ଯେଉଁ ଅଭିଯାନ ଆରମ୍ଭ କରୁଛନ୍ତି ତାହା ସ୍ବାଗତଯୋଗ୍ୟ ପଦକ୍ଷେପ, ଆମ ଭାରଟ ବର୍ଷର ମହା ମହୀମ ରାଷ୍ଟ୍ରପତି ହେଉଛନ୍ତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ସେ ହେଉଛନ୍ତି ଭାରତବର୍ଷର ପ୍ରଥମ ନାଗରିକ, ସେ ମଧ୍ଯ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ବ ବିଦ୍ୟାଳୟ ର ସକ୍ରିୟ ସଭ୍ୟ, ସେ ମଧ୍ୟ ସମସ୍ତ ପ୍ରକାର ନିତୀ, ନିୟମ କୁ ମାନି ଚଳୁଛନ୍ତି, ମୁଁ ଜନ୍ମ ହେବା ଦିନ ଠାରୁ ମୋ ମା ଙ୍କ ଆଦେଶ ରେ ଛାତ୍ର ଜୀବନ, ଯୁବକ ସମୟ ଓ ପରବର୍ତ୍ତୀ ସମୟରେ ଆଜି ପର୍ଯ୍ୟନ୍ତ ଆମିଷ, କୌଣସି ମାଦକ ଦ୍ରବ୍ୟ ଗ୍ରହଣ କରିନାହିଁ। ଏ ସମାଜକୁ ଭଳ ଭାବରେ ଗଠନ କରିବାକୁ ହେଲେ ନିଶା ଦ୍ରବ୍ୟକୁ ତ୍ୟାଗ କରିବା ଦରକାର, ଆମେ ଶପଥ ଗ୍ରହଣ କରିବା ଦରକାର ବଡଚଣା ନିର୍ବାଚନ ମଣ୍ଡଳୀ ର ଛାତ୍ର, ଯୁବକ ସମେତ ବୟସ୍କ ବ୍ୟକ୍ତି ବିଶେଷ ମାନେ ମାଦକ ଦ୍ରବ୍ୟ ଗ୍ରହଣ କୁ ପରିତ୍ୟାଗ କରି ସୁସ୍ଥ ସମାଜ ଗଠନ ରେ ଅଧିକ୍ ଚିନ୍ତା କରିବା ଦରକାର। ଏହି ସଚେତନତା କାର୍ଯ୍ୟକ୍ରମ ସାରା ବଡଚଣା ବ୍ଲକ୍ ର ସମସ୍ତ ପ୍ରାଥମିକ ବିଦ୍ୟାଳୟ, ଉଛ ବିଦ୍ୟାଳୟ,ମହାବିଦ୍ୟାଳୟ ମାନଙ୍କରେ କରି ପାରିଲେ ଦେଶର ଅବସ୍ଥା ନିଶ୍ଚିନ୍ତ ଭାବରେ ବଦଳି ଯିବ। ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ମହିଳା ମାନେ ସଂକଳ୍ପ କରନ୍ତୁ ଏହି ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ବୋଲି ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ଅମର କୁମାର ନାୟକ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ।ଶେଷରେ ଶପଥ ପାଠ କରାଯାଇ ଥିଲା। ସଂସ୍ଥାର ସୁରେଶ ଭାଇ ଧନ୍ୟବାଦ୍ ଅର୍ପଣ କରିଥିଲେ।