


ରାଜଗାଙ୍ଗପୁର (କ.ବ୍ୟୁ. ) : କୁତ୍ରା ଥାନା ଅନ୍ତର୍ଗତ ଗୋମାରଡିହି ନିକଟସ୍ଥ କୁକୁରଭୁକା ଗ୍ରାମର ୨୭ ବର୍ଷୀୟ ସୋନୁ ମିଞ୍ଜ ନାମକ ବିଏସଏଫ ଯବାନ ଛୁଟି ନେଇ ଘରକୁ ଆସିଥିବା ବେଳେ ଏକ ସଡକ ଦୁର୍ଘଟଣାରେ ଗତ ୨ ତାରିଖରେ ମୃତ୍ୟୁ ବରଣ କରିଥିଲେ ।ଗତ କାଲି ତାଙ୍କ ଗ୍ରାମରେ ବିଏସଏଫ ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା ବେଳେ ସାମାଜିକ ରୀତି ନୀତି ଅନୁସାରେ ଶବ ସତ୍କାର କରାଯାଇଥିଲା। ଗତ ୪ ବର୍ଷ ହେଲା ସୋନୁ ବିଏସଏଫ ରେ କନେଷ୍ଟବଲ ଭାବରେ କାର୍ଯ୍ୟ କରୁଥିଲେ। ବର୍ତ୍ତମାନ ସେ ଜମ୍ମୁ କାଶ୍ମୀରର କୁପୱାରାରେ ୧୨୭ ବାଟାଲିୟନରେ କାର୍ଯ୍ୟରତ ଥିଲେ। ଗତ କିଛି ଦିନ ତଳେ ଛୁଟି ନେଇ ଘରକୁ ଆସିଥିଲେ। ଗତ ୧ ତାରିଖରେ ବାଇକ ଯୋଗେ ସମ୍ବଲପୁର ଜିଲ୍ଲା ଗଡପୋଷ ନିକଟସ୍ଥ ଯୌତୁକବାହାଲ ଗ୍ରାମର ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିବା ବେଳେ ଗଡପୋଷ ନିକଟରେ ବାଇକରୁ ଖସି ପଡି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ରାଉଲକେଲାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ୨ ତାରିଖ ସନ୍ଧ୍ୟାରେ ମୃତ୍ୟୁ ବରଣ କରିଥିଲେ। ଗତ କାଲି ତାଙ୍କ ମର ଶରୀରକୁ ନିଜ ଗାଁ କୁ ଅଣାଯାଇଥିବା ବେଳେ ବିଏସଏଫ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ ପରେ ସାମାଜିକ ରିତୀ ନୀତିରେ ଶବ ସଂସ୍କାର କରଯାଇଥିଲା। ମୃତ ସୋନୁ ଅବିବାହିତ ଥିବା ବେଳେ ଘରେ ତାଙ୍କର ବିଧବା ମା ସରିତା ମିଞ୍ଜ ଏବଂ ୨୦ ବର୍ଷୀୟ ଭାଇ ସନି ମିଞ୍ଜ ଅଛନ୍ତି। ତାଙ୍କ ମୃତ୍ୟୁର ଗୋମାରଡିହି ଅଞ୍ଚଳରେ ଶୋକର ଛାୟା ଖେଳଯାଇଛି।
(ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ )