“ଉଦଳା ଇୟୁନିକ୍ ପ୍ରେସ କ୍ଳବ୍ ଆନୁକୁଲ୍ୟରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ”


ବାରିପଦା/ଉଦଳା, ତା୩୧/୦୭/୨୦୨୬( କ ବ୍ୟୁ ) : କପ୍ତିପଦା ଉପଖଣ୍ଡର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀସରୋଜ କୁମାର ପ୍ରଧାନ ଉଦଳା ସୂଚନା ଲୋକସମ୍ପର୍କ କାର୍ଯ୍ୟାଳୟରେ ୧୯୯୨ ରେ ଲାଇବ୍ରେରିଆନ୍ ଭାବେ କାର୍ଯାରମ୍ଭ କରି ଦୀର୍ଘ ବର୍ଷର କାର୍ଯ୍ୟକାଳ ମଧ୍ୟରେ ନିଜ କାର୍ଯ୍ୟ ତୁଲାଇବା ସହିତ ଅଧିକାଂଶ ସମୟ ସେ ଲୋକ ସୁଚନା‌ ଅଧିକାରୀ ଚାର୍ଜ ରେ ରହି‌‌
ସୁଚାରୁରୂପେ କାର୍ଯ୍ୟ ନିପୁଣତା ପ୍ରଦର୍ଶନ
କରି ପାରିଥିବା ବେଳେ ୨୦୨୪ରେ ଶ୍ରୀ ପ୍ରଧାନ ପ୍ରୋମୋସନ ପାଇ କପ୍ତିପଦା-ଉପଖଣ୍ଡ, ସୂଚନା ଲୋକସମ୍ପର୍କ ଅଧିକାରୀ ପଦରେ ଆସିନ ହୋଇଥିଲେ। ତାଙ୍କ ଦାୟିତ୍ବ ନିର୍ବାହ ସମୟରେ ଵିଭିନ୍ନ ସରକାରୀ କାର୍ଯ୍ୟକ୍ରମ ସମ୍ପାଦନା ମଧ୍ୟରେ ଉଦଳା ମ‌ହୋତ୍ସଵ-ଧୁମସାର କାର୍ଯ୍ୟଭାରକୁ ଦକ୍ଷତା ର ସହ ତୁଲାଇ ସେ ବେଶ୍ ପ୍ରଶଂସାର ପାତ୍ର ହୋଇପାରି ଥିଲେ।
ଶୁକ୍ରବାର ଅପରାହ୍ନ ୪ ଘଟିକା ସମୟରେ ଉଦଳା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ସଭାଗୃହରେ ଏହି ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ୟୁନିକ୍ ପ୍ରେସ୍ କ୍ଲବର ସଭାପତି ଦୀନବନ୍ଧୁ ବାରିକ, ସମ୍ପାଦକ ଦିଲ୍ଲୀପ କଲିଆ, ଉପଦେଷ୍ଟା ସନ୍ତୋଷ କୁମାର ବାଚ୍ଛିନୀ ଉପସ୍ଥିତ ରହି ଶ୍ରୀ ପ୍ରଧାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ପ୍ରେସ୍ କ୍ଲବ ପକ୍ଷରୁ ତାଙ୍କୁ ଉତ୍ତରୀୟ,ପୁଷ୍ପ ଗୁଚ୍ଛ ଦିଆଯାଇ ଗଣମାଧ୍ୟମ ପ୍ରତିନିଧିମାନେ ଅବସରକାଳୀନ ସମ୍ବର୍ଦ୍ଧନା ଦେବା ସହିତ ଦୀର୍ଘ ଦିନ ଧରି ଅଧିକାରୀ ଭାବେ ଦାୟିତ୍ୱ ତୁଲାଇ ଗଣମାଧ୍ୟମ ରିପୋର୍ଟ ଯେଭଳି ଭାବରେ ଆଗକୁ ବଢିବ ସେଥିପାଇଁ ସୁଯୋଗ ସୃଷ୍ଟି କରୁଥିଲେ । ତାଙ୍କର ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ଅନ୍ୟମାନଙ୍କ ମଧ୍ୟରେ ଶଶିକାନ୍ତ ମିଶ୍ର, ମାନସ ପାଣି, କୃଷ୍ଣଚୈତନ୍ୟ ସଦୁଆଳ, ଅଭିଜିତ୍ ବେହେରା, ପ୍ରଭାତ କର, ଦୀପକ ମିଶ୍ର, ଶୁଭାଶିଷ ପତି, ବସନ୍ତ ବେହେରା, ଯଶୋବନ୍ତ ପରିଡା, ଦିଲ୍ଲୀପ ପରିଡା ଉପସ୍ଥିତ ଥିବା ବେଳେ ତାଙ୍କ କାର୍ଯ୍ୟାଳୟର କର୍ମଚାରୀ ସଂଘ ଙଅଜିତ ମହାପାତ୍ର, କରୁଣାକର ମହାନ୍ତ ଉପସ୍ଥିତ ଥିଲେ ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *